୬୫ କରୋନା ପଜିଟିଭଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ଦେଲେ ରାଜ୍ୟ ସରକାର, ୩୫ଜଣ ପଶ୍ଚିମବଙ୍ଗ ଫେରନ୍ତା

ରାଜ୍ୟରେ ଚିହ୍ନଟ ହୋଇଥିବା ୬୫ ଜଣ କରୋନା ପଜିଟିଭଙ୍କ ସଂପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଯାଜପୁର ଜିଲ୍ଲାରୁ ଚିହ୍ନଟ ୩୧ଜଣଙ୍କ ଭିତରୁ ଜଣେ ଝାଡ଼ଖଣ୍ଡ ଫେରନ୍ତା ଓ ଅନ୍ୟ ୩୦ଜଣ ପଶ୍ଚିମବଙ୍ଗ ଫେରନ୍ତା। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିବାର ସୂଚନା ମିଳିଛି।ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ୧୩ ଜଣଙ୍କ ଭିତରୁ ଜଣେ ହୋମ୍ କ୍ବାରେଣ୍ଟାଇନରେଥିବା ବେଳେ ୧୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ଦିଆଯାଇଛି। ଏମାନେ ସମସ୍ତେ ସୁରତ ଫେରନ୍ତା। ପୁରୀରୁ ଚିହ୍ନଟ ୪ଜଣଯାକ ପଶ୍ଚିମବଙ୍ଗ ଫେରନ୍ତା ଓ ସେମାନେ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ୩ଜଣଙ୍କ ଭିତରୁ ଜଣେ ହୋମ୍ କ୍ବାରେଣ୍ଟାଇନରେ ଥିବା ବେଳେ ୨ଜଣ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଜଣେ ପଶ୍ଚିମବଙ୍ଗ ଓ ଜଣେ ସୁରତ ଫେରନ୍ତା।ମୟୂରଭଞ୍ଜ ଓ ନୟାଗଡରୁ ଚିହ୍ନଟ ସମସ୍ତେ ସୁରତ ଫେରନ୍ତା ଓ ସଙ୍ଗରୋଧ କେନ୍ଦ୍ରରେ ଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରୁ ଚିହ୍ନଟ ୪ଜଣ ଯାକ ସୁରତ ଫେରନ୍ତା ଓ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଅପରପକ୍ଷରେ କଟକ ଜିଲ୍ଲାରୁ ଯେଉଁ ୬ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଛନ୍ତି ସେମାନେ ଅହମ୍ମଦାବାଦ ଫେରନ୍ତା ଓ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ଜଣାଯାଇଛି।ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love