୬୭ ବସ୍ତା ଧାନକୁ ଜବତ କଲା ଯୋଗାଣ ବିଭାଗ
ସଇଁନ୍ତଲା(ସତ୍ୟଦ୍ରଷ୍ଟା): ଦିନକୁ ଦିନ ବଲାଙ୍ଗିର ସଇଁନ୍ତଲା ବ୍ଲକ ସ୍ଥାନୀୟ ସମବାୟ ସମିତି ରେ ବେଆଇନ ଭାବେ ଦଲାଲ ମାନଙ୍କ ଧାନ ସିଧାଶଳଖ ମିଳକୁ ନେଇ ଏଣ୍ଟ୍ରି କରାଯାଉ ଥିଲା ହେଲା ଆଜି ପେକ୍ସ ସମ୍ପାଦକ ଙ୍କ କଲା କାରନାମା ଧରା ପଡିଛି l
ଧାନ ମଣ୍ଡି ରେ ବେଆଇନ ଧାନ !କାଥା ଶୁଣିଲେ ଅଜବ ଲାଗୁ ଥିଲେ ସୁଦ୍ଧା ଘଟଣା ସତ ! ଏଭଳି ଘଟଣା ଦେଖିବାକୁ ମିଳିଛି ସଇଁନ୍ତଲା ସମବାୟ ସମିତି ରେ ! ଆଜି ଯୋଗାଣ ବିଭାଗ ଅଧିକାରୀ ପ୍ରଭାତ ଦାସ ଆସି ଧାନ ମଣ୍ଡି ରେ ଚାଷୀ ମାନଙ୍କୁ କିଏ କେତେ ଧାନ ପରିମାଣ ଅଛି ଓ କେଉଁ ଚାଷୀ କେତେ ଧାନ ଅଛି ବୋଲି ପଚାରିବାରୁ ଧାନ ଦେଖିବାକୁ ଯାଇ ଥିଲେ ! ତେବେ ଧାନ ମଣ୍ଡି ରେ ଅନେକ ଚାଷୀ ଥିବା ବେଳେ କିଛି ଧାନ ଦଲାଲ ମାନେଙ୍କ ଧାନ ପଡି ଥିବା ଜଣାପଡି ଥିଲା l କୌଣସି ଚାଷୀ ନ ଥିବା ବେଳେ ବିନା ରସିଦ ଓ ଚାଷୀ ତାଲିକା ରେ କାହାର ନାମ ରହିନ ଥିଲା ! ସମବାୟ ସମିତି ର କାଗଜ ପତ୍ର ତଦନ୍ତ ରେ ଚାଷୀ ଙ୍କ ନାମ ରହି ନ ଥିବା ବେଳେ ସନ୍ଦେହ ସୃଷ୍ଟି ହୋଇ ଥିଲା l ଫଳ ରେ ଯୋଗାଣ ଅଧିକାରୀ ଧାନ କୁ ଜବତ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଥିଲେ l ତେବେ ସଇଁନ୍ତଲା ସମବାୟ ସମିତି ସମ୍ପାଦକ ରୋହିତ ସାହୁ ଙ୍କ ମନମୁଖି କାର୍ଯ୍ୟ କରିବା ସହ ଦଲାଲ ଓ ଧାନ ବେପାରୀ ଙ୍କ ଧାନ କୁ ବିକ୍ରି କରୁ ଥିବା ଅଭିଯୋଗ ହେଇଛି l ଏଥି ସହ ସମ୍ପାଦକ ଦୀର୍ଘ ବର୍ଷ ଧରି ନିଜର ମନ ମୁଖି କାର୍ଯ୍ୟ କଲାପ କରୁଥିବା ସହ କୁଣ୍ଟାଲ କୁ 5 କେଜି ରୁ 7 କେଜି କଟନୀ ଛଟନୀ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି l ତେବେ ସମ୍ପାଦକ ଙ୍କ ମନମୁଖି କାର୍ଯ୍ୟ କୁ ଚାଷୀ ବିରୋଧ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଘଟଣା ସାମ୍ନା କୁ ଆସିବ ବୋଲି ଚାଷୀ ମାନେ ଦାବୀ କରିଛନ୍ତି l ବାରମ୍ବାର ଏହି ସମବାୟ ସମ୍ପାଦକ ଙ୍କ ନାଁରେ ଚାଷୀ ମାନେ ଅଭିଯୋଗ କରୁଥିଲେ ସୁଦ୍ଧା ପ୍ରଶାସନ ନିଦା ବିଷ୍ଣୁ ସାଜିଛି l ଯଦି ଧାନ ମଣ୍ଡିରୁ ବେଆଇନ ଧାନ ଜବତ କରିଛି ଯୋଗାଣ ତେବେ ସିସିଟିଭି ଯାଞ୍ଚ କଲେ କାହାର ଧାନ କେଉଁ ଗାଡିରୁ ଆସି ଥିଲା ତାହାର ଉଚ୍ଚ ସ୍ତରୀୟ ବିଭାଗ ତଦନ୍ତ କଲେ ଘଟଣା ସମ୍ପର୍କ ରେ ଜଣାପଡିବ ବୋଲି ବିଭିନ୍ନ ମହଲରେ ଦାବି ହେଉଛି l