କେନ୍ଦ୍ରାପଡାରେ ୬ ବିଜେପି କର୍ମୀ ବହିଷ୍କୃତ

କେନ୍ଦ୍ରାପଡା: ବିଶୃଙ୍ଖଳିତ କର୍ମୀଙ୍କ ବିରୋଧରେ ବିଜେପିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଦଳବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦା ହେଲେ ୬ ଜଣ ବିଜେପି କର୍ମୀ । ବିଜେପିର ରାଜ୍ୟ ମିଡିଆ ସେଲ ପକ୍ଷରୁ ବହିଷ୍କାର ବିଜ୍ଞପ୍ତି ପ୍ରକାଶ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୬ ଜଣ ବିଶୃଙ୍ଖଳା ଆଚରଣ କରୁଥିବା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।

ବହିଷ୍କୃତ ବିଜେପି କର୍ମୀଙ୍କ ମଧ୍ୟରେ ଦଳର ଦୁଇ ଜଣ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରହିଛନ୍ତି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଦଳ ବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଜେପି ମିଡିଆ ସେଲ୍ ପ୍ରେସ ବିଜ୍ଞପ୍ତିରେ ଉଲ୍ଲେଖ ହୋଇଛି ।

ବହିଷ୍କୃତ କର୍ମୀମାନେ ହେଲେ ଗଜପତି ଜିଲ୍ଲାର ମଣ୍ଡଳ ଲୋକାନାଧମ, ରାୟଗଡାର ନକୁଳ ସେନାପତି, ମିନକେତନ ହିକ୍‌କା, ପୁରୀର ରାମଚନ୍ଦ୍ର ବେହେରା, ସୁଶାନ୍ତ କୁମାର କାନୁନଗୋ, ବିଶ୍ବଜିତ୍ ମହାନ୍ତି, ବିଜୟଲକ୍ଷ୍ମୀ ତ୍ରିପାଠୀ, ଶାନ୍ତନୁ ଦଳାଇ, ସୁଶ୍ରୀ ଶାନ୍ତିମୟୀ ଦଳାଇ, କେନ୍ଦ୍ରାପଡାର ଦେବାଶିଷ ଦାସ, ରଶ୍ମିତା ଦାସ, ଅଚିନ୍ତ ମାଇତି, ଉଷାରାଣୀ ମିଶ୍ର, ନାରାୟଣ ପ୍ରସାଦ ସ୍ବାଇଁ , ସନ୍ତୋଷ ଜେନା, ବାଲେଶ୍ବରର ଶ୍ରୁତିରେଖା ପାଣିଗ୍ରାହୀ, ସୁଶ୍ରୀ ଜୟନ୍ତୀ ଜେନା, ମଞ୍ଜୁଲତା ସିଂହ ଓ ରାଜକିଶୋର ହାଁସଦା ।

Spread the love