6 ବର୍ଷର ଝିଅକୁ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଅଭିଯୁକ୍ତକୁ ଦେଖି ଏସପି ସିଧା କଲେ ଏନକାଉଣ୍ଟର

ଏବେ ସୋସିଆଲ ମିଡିଆରେ ଜଣେ ପୋଲିସ ଅଧିକାରୀ ଙ୍କ ଫୋଟୋ ଭାଇରଲ ହେଉଥିବାର ପ୍ରାୟତ ଆପଣମାନେ ଦେଖୁଥିବେ ଯିଏକି ଏନକାଉଣ୍ଟର ସ୍ପେସିଆଲିଷ୍ଟ ଭାବେ ଜଣେ ଦୁଷ୍କର୍ମକାରୀ କୁ ଏନକାଉଣ୍ଟର କର ବେସ ଆଦର ପାଉଛନ୍ତି i ଆସନ୍ତୁ ଜାଣିବା ତାଙ୍କ ବିଷୟରେ I
ଘଟଣାଟି ଉତ୍ତରପ୍ରଦେଶର I ସୂଚନା ଅନୁଯାଇ
ଗତ ମେ ମାସ 7 ତାରିଖରେ ଏକ ଛୋଟ 6 ବର୍ଷର ନିଷ୍ପାପ ଝିଅକୁ ଜଣେ ଦୁବୁର୍ତ୍ତ ଧର୍ଷଣ କରି ହତ୍ୟା କରିଦେଇଥିଲା I ଏପରିକି ସବୁ ପ୍ରମାଣ ଲିଭାଇବାକୁ ଝିଅଟି କୁ ହତ୍ୟା ପରେ ଏସିଡ ପକାଇ ଜାଳିଦେଇଥିଲା I

ଘଟଣାକୁ ନେଇ ସାରା ଅଂଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ କିଛିଦିନ ପରେ ଗଳିତ ଭାବରେ ଝିଅଟିର ଶବ ମିଳିଥିଲା I ଏହାପରେ ଅଭିଯୁକ୍ତ କୁ ଧରିବାକୁ ରାମପୁର ଏସପି ଯୋଜନା କରିଥିଲେ I ତେବେ ଦେଢ଼ମାସ ପରେ ହଠାତ ଅଭିଯୁକ୍ତ ର ସନ୍ଧାନ ପାଇ ଏସ୍ପି ଅଜୟ କୁମାର ଶର୍ମା ତାକୁ ଗିରଫ କରିବାକୁ ଚେଷ୍ଟା କରୁଥିବା ବେଳେ ଅଭିଯୁକ୍ତ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା ଏଥିରେ ଏସପି ରାଗିଯାଇ ଅଭିଯୁକ୍ତ କୁ ସିଧା ଏନକାଉଣ୍ଟର କରିଦେଇଥିଲେ I

ଏସପି ଅଜୟ କୁମାର ଶର୍ମା ଙ୍କ ଏନକାଉଣ୍ଟର ରେ ଅଭିଯୁକ୍ତର ଦୁଇ ଗୋଡ଼ରେ ଗୁଳି ବାଜିବା ଆହତ ହେଇ ଧରାପଡିଥିଲା I ଏବେ ହସ୍ପିଟାଲ ରେ ଭର୍ତି ହେଇଚି I ଏସ୍ପି ଙ୍କର ଦୁଷ୍କର୍ମକାରୀ ଙ୍କ ଏପରି କାର୍ଯ୍ୟାନୁଷ୍ଠାନ କୁ ସବୁ ମହଲ ରୁ ସ୍ୱାଗତ କରାଯାଇ ପ୍ରସଂଶା କରାଯାଉଛି l

Spread the love