ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୭ରୁ ଅଧିକ ମୃତ, ୧୨ ଆହତ

କୋରାପୁଟ, ୩୧/୧: କୋରାପୁଟ ଜିଲ୍ଲା ରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୭ରୁ ଅଧିକ ମୃତ  ହୋଇଥିବା ସୂଚନାମିଳିଛି। ସିନ୍ଧିଗୁଡ଼ାରୁ ଛତିଗଡ଼ କୁଲଚା ଗାଁକୁ ଫେରୁଥିବାବେଳେ ଓଲଟିଲା ଗାଡ଼ି। ଦଶାହକାମ ସାର ଛତିଶଗଡ଼ରୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୩୨୬ର କୋଟପାଡ ବ୍ଲକ ଅନ୍ତର୍ଗତ ମୁର୍ତ୍ତାହାଣ୍ଡି ଥାନା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଗାଡ଼ି। ଏହି ପିକ୍‌ଅପ୍‌ ଭ୍ୟାନ୍‌ରେ ପ୍ରାୟ ୨୫ ଜଣ ଯାତ୍ରୀ ଫେରୁଥିଲେ। ଭାରସାମ୍ୟ ହରାଇ ପିକ୍‌ଅପ୍‌ ଭ୍ୟାନ୍‌ଟି ଓଲଟି ପଡ଼ିବା ପରେ ୭ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୧୨ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।

Spread the love