ହିମାଚଳ ପ୍ରଦେଶର କୁଲୁରେ ଭାରସାମ୍ୟ ହରାଇ ଘାଇକୁ ଖସିଲା ମିନି ବସ୍: ୭ମୃତ

ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘାଟିରୁ ମିନି ବସ୍‌  ଖସିପଡ଼ିବାରୁ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ଯ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ତେଣୁ  ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। କୁଲୁ ଜିଲ୍ଲା ଅନ୍ତର୍ଗତ ବଞ୍ଜାର ଡିଭିଜନର ଘିୟାଗି ଅଞ୍ଚଳରେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୧୭ ଜଣ ଯାତ୍ରୀ ରହିଥିଲେ। ଗାଡ଼ିଟି ଏନଏଚ୍‌ ୩୦୫ରେ ଯାଉଥିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ନିକଟସ୍ଥ ଘାଇକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମିନି ବସ୍‌ଟି ସଂପୂର୍ଣ୍ଣ ଭାଙ୍ଗି ରୁଜି ଚୂରମାର ହୋଇଯାଇଛି। ସେହିପରି ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ଅସୁବିଧା ଦେଖାଯାଇଥିଲେ ବି ବସରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବଞ୍ଜାର ହସ୍ପିଟାଲକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ୭ ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

Spread the love