ଜଣେ ମହିଳା ମାଓବାଦୀ ସମେତ ୭ ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଚାଲିଥିବା ନକ୍ସଲ ଦମନ ଅଭିଯାନ ବେଳେ ପୁଲିସ ଦ୍ଵାରା ତେରେମ ଅଞ୍ଚଳରୁ ୭ ମାଓବାଦୀ ଗିରଫ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ତେରେମ ଅଞ୍ଚଳରେ ପୁଲିସ ଓ ସୁରକ୍ଷା ବାହିନୀ ମିଳିତ ମାଓ ଦମନ ନିମନ୍ତେ ସର୍ଚ୍ଚ ଅଭିଯାନ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ କିଛି ବ୍ୟକ୍ତି ସେମାନଙ୍କୁ ଦେଖି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ।

ତୁରନ୍ତ ସୁରକ୍ଷାକର୍ମୀ ଜଂଗଲକୁ ଘେରି ଜଣେ ମହିଳା ସମେତ ୭ ଜଣଙ୍କୁ ପୁଲିସ କାବୁ କରି ପଚରା ଉଚରା ବେଳେ ସେମାନେ ସମସ୍ତେ ମାଓବାଦୀ ସଂଗଠନରେ କାମ କରୁଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ।ଗିରଫ ମାଓବାଦୀଙ୍କ ମଧ୍ୟରେ ୨ ଲକ୍ଷ ଟଙ୍କା ପୁରସ୍କାର ରହିଥିବା ମାଓବାଦୀ ତାମୋ ଭୀମା ଓ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଉଇକା ମଙ୍ଗ୍ରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି।ସମସ୍ତ ଗିରଫ ମାଓବାଦୀଙ୍କୁ ଜେରା ପରେ କୋର୍ଟ ଚାଲାଣ କରାଯିବା ସହ ଅଞ୍ଚଳରେ ସର୍ଚ୍ଚ ଅପେରସନକୁ ଜୋରଦାର କରାଯାଇଥିବା ଜଣାପଡିଛି।

Spread the love