୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ପର୍ଯ୍ୟାୟରେ ୭ଟି ‌କ୍ଷେତ୍ରରେ ଗୁରତ୍ବାରୋପ କରାଯାଇଛି: ଅର୍ଥମନ୍ତ୍ରୀ

୨୦ ଲକ୍ଷ କୋଟି ଟଙ୍କା ଆର୍ଥିକ ସଂସ୍କାର ପ୍ୟାକେଜ୍‌ର ପଞ୍ଚମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ମନରେଗା, ଶିକ୍ଷା ଓ ସ୍ବାସ୍ଥ୍ୟ ସମେତ ୭ଟି କ୍ଷେତ୍ରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଧ୍ୟାନ ଦିଆଯାଇଥିବା କଥା ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।ସେ କହିଲେ, ଆଜି ଆପାଣମାନଙ୍କୁ ମୁଁ ସାତଟି ସୋପାନ ବିଷୟରେ କହିବି। ମନରେଗା, ଉଭୟ ଗ୍ରାମୀଣ ଓ ନରଗରାଞ୍ଚଳର ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ଏବଂ କୋଭିଡ୍, କମ୍ପାନି ଆଇନର ବୈଧିକରଣ, ବାଣିଜ୍ୟ ସରଳୀକରଣ, ପବ୍ଲିକ୍‌ ସେକ୍ଟର୍ ଏବଂ ଉଦ୍ୟୋଗ ଓ ରାଜ୍ୟ ସରକାର ଓ ରାଜ୍ୟ ସରକାରଙ୍କ ସମ୍ପର୍କିତ ସମ୍ବଳ।ସମ୍ଭାଷଣ ଆରମ୍ଭରେ ଅର୍ଥମନ୍ତ୍ରୀ କହିଲେ କି, ଏହି ପ୍ୟାକେଜ୍‌ରେ ପ୍ରଧାନମନ୍ତ୍ରୀ ଭୂମି, ଶ୍ରମ, ନଗଦ ଅର୍ଥ ଓ ଆଇନ ଉପରେ ଗୁରୁତ୍ବାରୋପ କରିଛନ୍ତି। ସେ କହିଲେ ଯେ ଆମେ ଲୋକମାନଙ୍କୁ ଖାଦ୍ୟଶସ୍ୟ ଦେଇ ସାହାଯ୍ୟ କରିଛୁ। ଏହାକୁ ସମ୍ଭବ କରିବା ‘ଏଫ୍‌ସିଆଇ’ ଏବଂ ‘ଏନ୍ଏଏଫ୍‌ଇଡି’ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ଭାରତ ଶକ୍ତିଶାଳୀ ହେବ ଓ ଏହି ବୈଶ୍ବିକ ମହାମାରୀର ମୁକାବିଲା କରିପାରିବ।

କିଷାନ ଯୋଜନାରେ ୮.୧ କୋଟି କୃଷକ ୧୬, ୩୯୪ କୋଟି ଟଙ୍କା ପାଇଛନ୍ତି। ଉଜ୍ଜ୍ବଳା ଯୋଜନାରେ ୬. ୮ ସିଲିଣ୍ଡର୍ ବଣ୍ଟନ କରାଯାଇଛି। ଶ୍ରମିକଙ୍କ ଟ୍ରେନ୍ ଟିକେଟ୍ ଦେୟର ୮୫% କେନ୍ଦ୍ର ସରକାର ବହନ କରିଛନ୍ତି। କୋଭିଡ୍ କଣ୍ଟେନ୍‌ମେଣ୍ଟ୍‌ରେ ୧୫୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମହାମାରୀ ସଙ୍କଟ ସମୟରେ ରାଜ୍ୟମାନଙ୍କ ପାଇଁ ୪୧୧୩ କୋଟି ଟଙ୍କା ରିଲିଜ୍ କରାଯାଇଛି। ଏନ୍ଏସ୍ଏପି ହିତାଧିକାରୀମାନେ ପ୍ରଥମ କିସ୍ତିରେ ୧,୪୦୫ କୋଟି ଟଙ୍କା ଏବଂ ଦ୍ବିତୀୟ କିସ୍ତିରେ ୧, ୪୦୨ କୋଟି ଟଙ୍କା ପାଇଛନ୍ତି। ଏଥିରେ ପାଖାପାଖି ୩, ୦୦୦ କୋଟି ଟଙ୍କା ଲକ୍ଷ୍ୟ ହାସଲ ହୋଇଛି। କେନ୍ଦ୍ର ସରକାର ସ୍ବାସ୍ଥ୍ୟକର୍ମୀଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ଦେଇଛନ୍ତି।ଲକ୍‌ଡାଉନ୍ ସମୟରେ ଅନ୍‌ଲାଇନ୍ ଶିକ୍ଷା ନିମନ୍ତେ ଅଧିକ ୧୨ଟି ଚାନେଲ୍ ଯୋଗ କରାଯାଇଛି। ଟେଷ୍ଟିଙ୍ଗ୍ କିଟ୍‌ରେ ୫୫୦ କୋଟି ଟଙ୍କା ବ୍ୟୟ ହୋଇଛି।ସିଓମାନଙ୍କ ଉପରେ ଅନୁପାଳନ ବୋଝ ହାଲୁକା କରିବା କମ୍ପାନି ନିୟମରେ ଅନେକ ପରିବର୍ତ୍ତନ କରାଯାଇଛି। ବ୍ୟବସାୟ ସରଳିକରଣ ପାଇଁ ସରକାର ଏକ ମିସନ ଆରମ୍ଭ କରିଛନ୍ତି। ମନରେଗା ପାଇଁ ଆଉ ୪୦୦୦୦ କୋଟି ଟଙ୍କା ସାମିଲ କରାଯାଇଛି।

Spread the love