ସଂରକ୍ଷିତ ଜଙ୍ଗଲ ରୁ ୭୦ଉର୍ଦ୍ଧ୍ବ ଗଛକଟା ଅଭିଯୋଗ

ଔପଦା ରେଞ୍ଜ ଅଧିନ ଅଘିରାପଦା ପଂଚାୟତ କମାରପାଳ ଗାଁରେ ବେଧଡ଼କ ଭାବେ ୭୦ ରୁ ଉର୍ଦ୍ଧ୍ବ ସାଳଗଛ କଟା ଯାଇଥିବା ଅଭିଯୋଗ  ହୋଇଛି। ଏହି ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲ ରୁ ଗତକାଲି ଗ୍ରାମ୍ୟଜଙ୍ଗଲ କମିଟିର ଚକ୍ରଧର ବେହେରା ଲୋକ ଲଗାଇ ୭୦ ରୁ ଉର୍ଦ୍ଧ୍ବ ସାଳ ଗଛ କାଟି ଆଣି ନିଜ ଘର ବାଡ଼ି ରେ ରଖିଥିଲେ |ଖବର ପାଇ ଔପଦା ରେଞ୍ଜର ବବିତା ସୋରେନ ପହଂଚି ଶ୍ରୀ ବେହେରାଙ୍କ ବାଡିରୁ ଗଛ ଗୁଡିକୁ ଜବତ କରି ଔପଦା ବନ ବିଭାଗ କାର୍ଯ୍ୟାଳୟ ରେ ଆଣି ରଖିଥିବା ସୂଚନା ମିଳିଛି | ଏ ନେଇ ଶ୍ରୀ ବେହେରାଙ୍କ ନାମରେ ୧୯/୨୦୨୦ ନଂ ମାମଲା ରୁଜୁ କରାଯାଇଛି | ଏ ନେଇ ଶ୍ରୀ ବେହେରା ଙ୍କ ନାମରେ ସମନ ଜାରି କରାଯିବ ବୋଲି ଔପଦା ରେଞ୍ଜର ସୂଚନା ଦେଇଛନ୍ତି |ଏହି କିଛିଦିନ ଧରି ବାରମ୍ବାର ଗଛ କାଟିବା ଘଟଣା ଦେଖିବାକୁ ମିଳୁଛି କିନ୍ତୁ ଚୁପ ବସିରହିଛି ବନ ବିଭାଗ | ଯଦି ଏଭଳି ଜଙ୍ଗଲ କଟାଯାଏ ଯିବଜନ୍ତୁ ମାନେ ନ ଥିବେ କି ଏ ଜଙ୍ଗଲ ନ ଥିବ |ତୁରନ୍ତ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି |

Spread the love