୭ ବର୍ଷୀୟ ନାବାଳକକୁ ଦୁଷ୍କର୍ମ କଲା ଯୁବକ, ଏବେ ଜେଲ୍‌ରେ କଟିବ ୨୦ ବର୍ଷ

ଅପ୍ରାକୃତିକ ଯୌନ ସମ୍ପର୍କ। ଜଣେ ନାବାଳକକୁ ଦୁଷ୍କର୍ମ କରି ୨୦ ବର୍ଷ ପାଇଁ ଜେଲ୍‌ ଗଲେ ଯୁବକ । ୨୨ ବର୍ଷୀୟ ଯୁବକକୁ ପକ୍ସୋ କୋର୍ଟ ଜେଲ ଦଣ୍ଡ ଶୁଣାଇଥିବା ବେଳେ ୩୭ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ରାଜସ୍ଥାନର ବଡାଗ୍ରାମର ଅଭିଯୁକ୍ତ ରବିନ୍ଦ୍ର ସିଂହ ରାଜପୁତ ଜଣେ ୭ ବର୍ଷର ନାବାଳକଙ୍କୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି ।  ନାବଳକଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗରେ ଅଭିଯୁକ୍ତ ରବିନ୍ଦ୍ରକୁ ୨୦ ବର୍ଷ ଜେଲଦଣ୍ଡାଦେଶ ମିଳିଥିବା ପକ୍ସୋ କୋର୍ଟର ଜଣେ ଓକିଲ  ଧିରେନ୍ଦ୍ର ଚୌଧୁରୀ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୧୨ ଜୁନ୍‌ ୨୦୧୯ରେ ନାବାଳକ ଘର ବାହାରେ ଖେଳୁଥିବା ବେଳେ ତାଙ୍କୁ ଜୋର ଜବରଦସ୍ତି କୌଣସି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲା ଅଭିଯୁକ୍ତ। ତାପରେ ନାବାଳକଙ୍କୁ ଦୁଷ୍କର୍ମ କରିଥିଲା । ପୀଡ଼ିତ ନାବାଳକ ଏନେଇ ନିଜ ବାପାଙ୍କୁ କହିଥିଲେ। ପୀଡ଼ିତଙ୍କ ବାପା କୁଆଁରୀ ଥାନାରେ ଏତଲା ଦେଇଥିଲେ।

ପରେ ପୋଲିସ ରବିନ୍ଦ୍ର ବିରୋଧରେ ଆଇପିସି ଧାରା ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ) ଏବଂ ପକ୍ସୋ ଆକ୍ଟ ଜରିଆରେ ମାମଲା ରୁଜୁ କରିଥିଲା।  ୧୪ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ପକ୍ସୋ କୋର୍ଟ ଜଜ୍‌ ଜଷ୍ଟିସ୍‌ ମହମ୍ମଦ ଆରିଫ ରବିନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ସହ ଅର୍ଥ ଦଣ୍ଡାଦେଶ ଦେଇଛନ୍ତି।

Spread the love