ବନ୍ଦ ହେଲା ହୀରାକୁଦ ଡ୍ୟାମର ୮ଟି ଗେଟ, ଜଳଭଣ୍ଡାରର ଜଳସ୍ତର ରହିଛି ୬୨୪ ଫୁଟ୍‌

ଆଜି ବନ୍ଦ ହେଲା ହୀରାକୁଦ ଡ୍ୟାମର ୮ଟି ଗେଟ । ଉପରମୁଣ୍ଡରୁ ଜଳ ପ୍ରବାହ କମିଥିବାରୁ ୮ଟି ଗେଟ୍‌କୁ ବନ୍ଦ କରାଯାଇଛି । ଏବେ ୩୨ଟି ସ୍ଲୁଇସ ଗେଟ୍‌ ଦେଇ ବନ୍ୟା ପାଣି ଛଡ଼ାଯାଉଛି । ଏହା ପୂର୍ବରୁ ଆଜି ପ୍ରଥମେ ୪ଟି ଗେଟ୍‌ ବନ୍ଦ ହୋଇଥିଲା । ପରେ ଅନ୍ୟ ୪ଟି ଗେଟ୍‌କୁ ବନ୍ଦ କରାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୪ ଫୁଟ୍‌ । ଡ୍ୟାମ୍‌ ଭିତରକୁ କମ୍‌ ପାଣି ପ୍ରବେଶ କରୁଥିବା ବେଳେ ଅଧିକ ପାଣି ନିଷ୍କାସିତ ହେଉଛି । ଆସନ୍ତାକାଲି ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୨୨ଫୁଟ୍‌ରେ ସୀମିତ ରଖିବା ପାଇଁ ଯୋଜନା ରହିଛି ।.

Spread the love