ଭାରତୀୟ ଲାଇସେନ୍ସ ପାଇବାରେ ବିଫଳ ୮୦% ବିଦେଶୀ ଡାକ୍ତରୀ ଛାତ୍ର

ନୂଆଦିଲ୍ଲୀ ୧୩/୦୩; ପ୍ରତି ବର୍ଷ ବିଦେଶୀରୁ ହଜାରରୁ ଅଧିକ ଡାକ୍ତରୀ ଛାତ୍ର ପାସ୍‌ କରୁଛନ୍ତି। ଦେଶକୁ ଫେରିବା ପରେ ସେମାନେ Foreign Medical Graduate Exam ପାଇଁ ଆବେଦନ କରନ୍ତି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବା ଶିକ୍ଷାର୍ଥୀ ଭାରକରେ ମେଡିକାଲ୍‌ ପ୍ରାକ୍ଟିସ୍‌ କରିପାରିବେଷ କିନ୍ତୁ ମାତ୍ର ୨୦% ଶିକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହେଉଥିବା ଜଣାପଡିଛି।  ନ୍ୟାସନାଲ ମେଡିକାଲ୍ କମିଶନ ଦ୍ୱାରା ଏହି ପରୀକ୍ଷାର ଆୟୋଜନ ହୋଇଥାଏ। National Board of Examination ର ଡାଟା ଅନୁଯାୟୀ, ମୋଟ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୮୦ଭାଗ ପିଲା ଏଥିରେ ଫେଲ୍‌ ହେଉଥିବା ସୂଚନା ମିଳିଛି।

ଋଷ, ୟୁକ୍ରେନ, ଚୀନ୍, ଫିଲିପାଇନ୍ସ, ବାଂଲାଦେଶ ଏବଂ ନେପାଳ ଭଳି ଦେଶରୁ ବିଦେଶୀ ଡାକ୍ତରୀ ଛାତ୍ର ଭାରତରେ ଅଭ୍ୟାସ କରିବାକୁ ଅନୁମତି ପାଇଛନ୍ତି। FMGEରେ ଉତ୍ତିର୍ଣ୍ଣ ହବା ପରେ ସେମାନଙ୍କୁ ଅଭ୍ୟାସ ପାଇଁ ଅନୁମତି ମିଳେ।  ତଥାପି, ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, କାନାଡା ଏବଂ ନ୍ୟୁଜିଲାଣ୍ଡରୁ ଏମବିବିଏସ୍ ସ୍ନାତକମାନେ ପରୀକ୍ଷା ଦେବା ଆବଶ୍ୟକ କରନ୍ତି ନାହିଁ ।

୨୦୧୯ରେ, ୨୫.୭୯ ଭାଗ ବିଦେଶୀ ସ୍ନାତକମାନେ FMGEରେ ଉତ୍ତିର୍ଣ୍ଣ ହୋଇଥିବା ବେଳେ ୨୦୨୦ ରେ ୧୪.୬୮ ଏବଂ ୨୦୨୧ ରେ ୨୩.୮୩ ଥିଲା। ୨୦୧୯ ପୂର୍ବ ବର୍ଷଗୁଡିକର ସଂଖ୍ୟା ଆହୁରି କମ୍ ଥିଲା। ତେବେ, ପ୍ରାୟ ୮୦ ପ୍ରତିଶତ ସ୍ନାତକ ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ କରିବାରେ ବିଫଳ ହେଉଛନ୍ତି।

Spread the love