ରାଜ୍ୟରେ ସୁସ୍ଥ ହେଲେ ୮୦୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟର ୨୩ଟି ଜିଲ୍ଲାରୁ ଗୁରୁବାର ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
Another 807 #COVID19 patients have recovered and are being discharged on 30.7.2020.
431 from Ganjam
62 from Cuttack
47 from Rayagada
34 from Gajapati
29 from Keonjhar
24 from Sundergarh
23 from Nayagarh
21 from Jajpur
19 from Kandhamal
14 from Balasore— H & FW Dept Odisha (@HFWOdisha) July 30, 2020
ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୯ ହଜାର ୭୪୫ରେ ପହଞ୍ଚିଛି ।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୬୨ ଜଣ, ରାୟଗଡ଼ା ଜିଲ୍ଲାରୁ ୪୭ ଜଣ, ଗଜପତି ଜିଲ୍ଲାରୁ ୩୪ ଜଣ, କେନ୍ଦୁଝର ଜିଲ୍ଲାରୁ ୨୯ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୪ ଜଣ, ନୟାଗଡ଼ ଜିଲ୍ଲାରୁ ୨୩ ଜଣ, ଯାଜପୁର ଜିଲ୍ଲାରୁ ୨୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୯ ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଜିଲ୍ଲାରୁ ୧୪-୧୪ ଜଣ, ଭଦ୍ରକ ଜିଲ୍ଲାରୁ ୧୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ, ବରଗଡ଼ ଜିଲ୍ଲାରୁ ୧୧ ଜଣ, ମାଲକାନଗିରି ଜିଲ୍ଲାରୁ ୧୦ ଜଣ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରୁ ୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୬ ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୪ ଜଣ, ଅନୁଗୁଳ ଜିଲ୍ଲାରୁ ୪ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, କୋରାପୁଟ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।