ଶ୍ରୀମନ୍ଦିରରେ ବ୍ୟଞ୍ଜନ ଦ୍ୱାଦଶୀ ନୀତି । ରାଧାକୃଷ୍ଣଙ୍କୁ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଲାଗି

ମାର୍ଗଶୀର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଛି ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀମନ୍ଦିରରେ ମଧ୍ୟ ଏହି ବ୍ୟଞ୍ଜନ ଦ୍ୱାଦଶୀ ପାଳିତ ହୋଇଛି । ପରମ୍ପରା ଅନୁସାରେ ରାଧାକୃଷ୍ଣଙ୍କ ମନ୍ଦିରରେ ବିଭିନ୍ନ ରକମର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯିବାର ବିଧି ରହିଛି । ଆଜିର ବିଶେଷ ତିଥିରେ ଗୌଡୀୟ ବୈଷ୍ଣବ ସମ୍ପ୍ରଦାୟ ମଠ ମାନଙ୍କରେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପୁରୀର ଗୌର ବିହାର ପରିସରରେ ପ୍ରସ୍ତୁତ କରାଯାଇଥିଲା ପ୍ରାୟ ୮୨୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ । ୪୦ଜଣ ଭକ୍ତ ୮ଘଣ୍ଟାରୁ ଅଧିକ ସମୟ ଧରି ପ୍ରସ୍ତୁତ କରିଥିଲେ ଭଳିକି ଭଳି ବ୍ୟଞ୍ଜନ ଓ ବିଭିନ୍ନ ପ୍ରକାରର ପିଠା । ଏଥିରେ ରହିଥିଲା ୧୪ ପ୍ରକାର ଅନ୍ନ, ୬୦ ପ୍ରକାର ଡାଲି, ତରକାରୀ , ପିଠା , ମିଠା , ୫୫ପ୍ରକାର ଚଟଣୀ, ୫୦ ପ୍ରକାର ପାମ୍ପଡ, ୬୦ପ୍ରକାର ଭଜା ଓ ୮୫୧ ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇ ରାଧାକୃଷ୍ଣଙ୍କୁ ଅର୍ପଣ କରାଯାଇଥିଲା । ପ୍ରସାଦ ଅର୍ପଣ କରାଯାଇ ସାରିବା ପରେ ସମସ୍ତ ବ୍ୟଞ୍ଜନ ଭକ୍ତଙ୍କ ଗହଣରେ ବଣ୍ଟନ କରାଯାଇଥିଲା । ଏହି ଅବସରରେ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା ।

Spread the love