ଜମିହରା କ୍ଷତିଗ୍ରସ୍ତ କର୍ମଚାରୀ ସଂଘର ବିକ୍ଷୋଭ, ୮୪ ଜଣ ଗିରଫ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ) : ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଜେଆଇଟିପିଏଲ୍ (jitpl) କମ୍ପାନୀର ଜମିହରା କ୍ଷତିଗ୍ରସ୍ତ କର୍ମଚାରୀ ମଜଦୂର ସଂଘ ପକ୍ଷରୁ ବିକ୍ଷୋଭ କରାଯାଇଛି । ଦୀର୍ଘ ୯ ଦିନ  ଧରି କମ୍ପାନୀକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି କ୍ଷତିଗ୍ରସ୍ତ କର୍ମଚାରୀ । କର୍ମଚାରୀମାନଙ୍କୁ କାର୍ଯ୍ୟ ଅନୁଯାୟୀ ଦରମା ଦିଆଯାଉନଥିବା ଅଭିଯୋଗ କରିବା ସହ ଅନ୍ୟ ରାଜ୍ୟର କର୍ମଚାରୀମାନଙ୍କୁ ଅଧିକା ଦରମା ଦିଆଯାଉଛି ।

 ଯାହା ଫଳରେ ସଂଘ ପକ୍ଷରୁ କମ୍ପାନୀକୁ ବାରମ୍ବାର ଅଭିଯୋଗ ସତ୍ୱେ କମ୍ପାନୀର କ୍ଷତିଗ୍ରସ୍ତ କର୍ମଚାରୀମାନଙ୍କ ଦାବି ଶୁଣୁନାହାନ୍ତି କମ୍ପାନୀ ଅଧିକାରୀ । ଯାହା ଫଳରେ ଦାବୀ କର୍ମଚାରୀ ମାନେ ଆନ୍ଦୋଳନ କରିଛନ୍ତି । କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିବା ପାଇଁ ପ୍ରଶାସନ ତରଫରୁ ବିରୋଧ କରାଯାଇଛି । ତେବେ ପୋଲିସ ୧୪୪ଧାରା ଜାରି କରି କଣିହାଁ ଥାନା ୮୪ ଜଣଙ୍କୁ ଆଜି ଗିରଫ କରିଛି ।

Spread the love