ବାଣ କାରଖାନାରେ ବିସ୍ଫୋରଣ: ୮ ମୃତ

ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ   ବିସ୍ଫୋରଣ ଘଟି ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ୧୨ ଗୁରୁତରଭାବେ ପୋଡ଼ିଯାଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆହତମାନଙ୍କ ସ୍ଥାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ବାଣ କାରଖାନାଟି ଏକ ଲାଇସେନ୍ସଯୁକ୍ତ ବାଣ କାରଖାନା ବୋଲି ତାମିଲନାଡୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରଚଣ୍ଡ ବିସ୍ଫୋରଣ ହେବା ପରେ କାରଖାନାର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ତେବେ ଏହି ବିସ୍ଫୋରଣର କାରଣ ସଂପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ଏ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ କହିଛି। ବିସ୍ଫୋରଣର ଖବର ମିଳିବା ପରେ ଉକ୍ତ ଅଞ୍ଚଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ନିଆଁ ଯେପରି ଆଖପାଖରେ ଥିବା ଅନ୍ୟ ଘର ଓ କାରଖାନାକୁ ନ ବ୍ୟାପେ ତାହା ଉପରେ ଗୁରୁତ୍ବ ଦିଆଯାଉଛି ।

Spread the love