୩୯ ଡିଗ୍ରି ଉପରେ ୧୦ ସହର

 ଗତକାଲି ଅପେକ୍ଷା ଆଜି ଟିଟିଲାଗଡ଼ ଓ ମାଲକାନଗିରି ତାପମାତ୍ରା ସାମାନ୍ୟ କମିଛି। ତେବେ ବହୁ ସ୍ଥାନରେ  2 ରୁ 4 ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ସହରର ତାପମାତ୍ରା ଇତି ମଧ୍ୟରେ 38 ଡିଗ୍ରି ଟପିଯାଇଛି। 3ସହରର ତାପମାତ୍ରା 40 ଡିଗ୍ରି ଉପରକୁ ଚାଲିଯିବା ସହ ମୋଟ୍‌ 10ଟି ସହରର ତା‌ପମାତ୍ରା ୩୯ ଡିଗ୍ରି ଉପରେ ରହିଥିଲା। ଓଡ଼ିଶା ଉପରେ ଏବେ ସେଭଳି ବର୍ଷାର ସମ୍ଭାବନା ନାହିଁ। ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥା‌ନରେ କାଳବୈଶାଖୀ ବର୍ଷା ହୋଇପାରେ। ଏପ୍ରିଲ ୭ ପର୍ଯ୍ୟନ୍ତ ଏଭଳି ଆଶଙ୍କା ରହିଛି। ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିବ। ତାପମାତ୍ରା ଆହୁରି ବଢ଼ିବ। 7ତାରିଖ ବେଳକୁ ଭୁବନେଶ୍ବର ତାପମାତ୍ରା ପୁଣିଥରେ 40 ଡିଗ୍ରି ଟପିଯିବାର ପୂର୍ବାନୁମାନ କରାଯାଇଛି।

Spread the love