୨୦୨୨ରେ ନକ୍ସଲ ସଂଗଠନର ୯ ଜଣ ସଦସ୍ୟ ଓ ସଦସ୍ୟା ସହିଦ ହୋଇଛନ୍ତି: ମାଓନେତା

ରାୟଗଡ଼ା:  ନକ୍ସଲଙ୍କ ସହିଦ ସପ୍ତାହ ଆଜି ଠାରୁ ଆରମ୍ଭ ହୋଇଛି। ରାୟଗଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ସୀମାକୁ ସିଲ କରାଯିବା ସହ କମ୍ବିଂ ଅପରେସନକୁ ଜୋରଦାର କରାଯାଉଛି। ନକ୍ସଲ ଗତିବିଧି ଉପରେ ଗୁଇନ୍ଦା ନଜର ରଖିଛି। କୌଣସି ଅପ୍ରତିକର ଘଟଣାକୁ ଏଡାଇବାକୁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ଇତି ମଧ୍ୟରେ ନକ୍ସଲ ଦ୍ବାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ଆମର ହସ୍ତଗତ ହୋଇଛି। ଏଥିରେ ଗତବର୍ଷ ୯ ଜଣ ଆଗଧାଡିର କମ୍ରେଡଙ୍କର ମୃତ୍ୟୁବରଣ ହୋଇଛି। ଏମାନେ ଶତ୍ରୁ ସହ ଲଢି, ରୋଗରେ ଏବଂ ଜନଆନ୍ଦୋଳରେ ସହିଦ ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ୯ ଜଣ ସହିଦଙ୍କ ମଧ୍ୟରୁ ୪ ଜଣପୁରୁଷ ଏବଂ ୫ ଜଣ ମହିଳା ଅଟନ୍ତି।

ସେହିପରି ୬ ଜଣ ଏରିଆ କମିଟିର ସଦସ୍ୟ ରହିଥିବା ବେଳେ ୩ ଜଣ ପାର୍ଟି ମେମ୍ବର ବୋଲି କୁହାଯାଇଛି। ଲଳିତ ଓ ରାହୁଲ ଏରିଆ କମାଣ୍ଡର ଥିଲେ।ରିତୁ ସେକ୍ସନ କମାଣ୍ଡର ଥିବା ବେଳେ ଗୀତା ବଲାଙ୍ଗିର ଏରିଆ କମାଣ୍ଡର ଥିଲେ।କମଳା, ଅଞ୍ଜଳି, ନନ୍ଦଲାଲ ଏରିଆ କମିଟି ସଦସ୍ୟ ଥିଲେ।ପଦ୍ମା, ସାବିତ୍ରୀ, ସଂଦେଶ ପାର୍ଟି ସଦସ୍ୟ ଥିଲେ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମାଧାନ ଯୋଜନାକୁ ପଣ୍ଡ କରିବାକୁ ଯାଇ ସହିଦ ହୋଇଥିବା କୁହାଯାଇଛି। ଏହି ସହିଦମାନଙ୍କୁ ବାଘୁନା ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଂକର ବଳିଦାନକୁ ବ୍ୟର୍ଥ ଯିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଛି।

ସହିଦଙ୍କ ସ୍ବପ୍ନ ମହାନ ଥିଲା ବୋଲି କହିବା ସହ ମଣିଷ ଉପରେ ମଣିଷର ଶୋଷଣକୁ ରୋକିବା ସହ ନୂଆ ସମତାପୂର୍ଣ୍ଣ ସମାଜ ଗଠନ କରିବା ଲକ୍ଷ୍ୟ ଥିଲା।ସଂଗଠନର ଲକ୍ଷ୍ୟ ଯେ ଚାଷୀ ହାତରେ ଜମି ଦେବା,ଚାଷୀ ମୂଲିଆଙ୍କ ହାତରେ ରାଜନୈତିକ କ୍ଷମତା ଦେବା, ଜଳ-ଜଂଗଲ-ଜମି ଉପରେ ଲୋକଙ୍କ କ୍ଷମତା ଦେବା, ମହିଳାଙ୍କୁ ସମ୍ମାନ, ସମାନତା ଓ ମୁକ୍ତି ଦେବା, ଜାତିଆଣ ଭେଦଭାବ ଦୁର କରିବା, ବିସ୍ଥାପନକୁ ରୋକିବା ଦିଗରେ କାମ କରିବା ରହିଥିଲା। ଧର୍ମନିରପେକ୍ଷ ନୂତନ ଗାଣତାନ୍ତ୍ରିକ ସମାଜ ଗଠନ କରିବା ଲଢେଇ କରିବା ବୋଲି କୁହାଯାଇଛି। ସହିଦମାନେ ନିଃସ୍ବର୍ଥ ପର ଭାବେ କାମ କରି ସହିଦ ହୋଇଛନ୍ତି। ସହିଦ ଦିବସରେ ସହିଦଙ୍କ ଲାଲ ଝଣ୍ଡାକୁ ଉର୍ଦ୍ଧ୍ବ ରଖି ତାଂକୁ ମନେ ପକାଇବା ପାଇଁ ମାଓନେତା ଚକରା ବିଷୋୟୀ ଆହ୍ବାନ କରିଛନ୍ତି।

Spread the love