ପାଇପ୍‌ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୯ ଗିରଫ

ସମ୍ବଲପୁର: ହୀରାକୁଦ ଅଞ୍ଚଳରୁ ଆରଡବ୍ଲ୍ୟୁଏସଏସ୍‌ ପାଇପ୍‌ ଚୋରି ଘଟଣାରେ ସମ୍ବଲପୁର ପୁଲିସ ଏହି ରାକେଟ୍‌ର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ ୯ ଜଣଙ୍କୁ ଗିରଫ କରିଛି। ପୁଲିସ  ୩୧ଟି ପାଇପ୍‌, ଗୋଟିଏ ଟ୍ରକ୍‌, ୨ କାର୍‌ ସହ ୮୭ ହଜାର ଟଙ୍କା ଜବତ। ଅଭିଯୁକ୍ତମାନେ ପଶ୍ଚିମ ଓଡ଼ିଶାର ୭ ଜିଲ୍ଲାରେ ୩୦ରୁ ଅଧିକ ପାଇପ ଚୋରି ମାମଲାରେ ସଂପୃକ୍ତ ଥିଲେ ‌ବୋଲି କହିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ୨ ଜଣ ଛତିଶଗଡ଼ ଓ ଜଣେ ପଶ୍ଚିମବଙ୍ଗର ମଧ୍ୟ ଅଛନ୍ତି।

ସମ୍ବଲପୁର ପୁଲିସ କହିଛି ଯେ, ମୁଖ୍ୟ ଅଭିଯୁକ୍ତ ପାଇପ୍‌ ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଧନୁପାଲି ଥାନା ଅଧିନ ମସ୍‌ଜିଦ ଗଳିର ମହମ୍ମଦ ଇମରାନ୍‌ ଓରଫ ମୁନା (୩୨), ହୀରାକୁଦ ଥାନା ମାଷ୍ଟରପଡ଼ାର ବସୁଦେବ ଓରାମ (୩୧), ଖଡ଼ିଆପଡ଼ାର ଯୋଶବନ୍ତ ଭୋଇ ଓରଫ ଦୁଷ୍ମନ୍ତ (୩୧), ଟାଉନ୍‌ ଥାନା ଅଧୀନ ମାରୱାଡି ଧର୍ମଶାଳାର ବିକାଶ ଦାସ (୨୭), ଖେତରାଜପୁରର କାଲୁ ଓରଫ ଫିରୋଜ ଖାନ (୪୫), ପଶ୍ଚିମବଙ୍ଗ ହାୱଡା ଜିଲ୍ଲା ନିଚିଣ୍ଡା ଥାନା ଅଧୀନ ଅମିତ ସାମନ୍ତ (୪୭), କଟକ ଜିଲ୍ଲା ଚୌଦ୍ବାର ଥାନା ମଙ୍ଗଳାମନ୍ଦିର ନିକଟ ସନ୍ଦୀପ କୁମାର ଅଗ୍ରୱାଲ (୪୪), ଛତିଶଗଡ଼ର ରାୟପୁର ଜିଲ୍ଲା କବୀରନଗର ଥାନା ବୀରସଭରକରନଗର ନିବାସୀ ସଂଜୀବ ପଣ୍ଡିତ (୪୧) ଓ ରାଜେନ୍ଦ୍ରନଗର ଥାନା ଅଞ୍ଚଳର ଅନିଲ ପାନସାରି (୫୨) ଗିରଫ ହୋଇଛନ୍ତି।

 

Spread the love