900 କଳାକାର ଓ ସାହିତ୍ୟିକ ବିଜେପିକୁ ଭୋଟ ଦେବାକୁ କଲେ ନିବେଦନ

ଅଭିନୟ, ସାହିତ୍ୟ ଓ ସଙ୍ଗୀତ ସହ ଜଡିତ 900 ଜଣ  କଳାକାର  ବିଜେପି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଦେଶକୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଣି  ଥରେ ଶକ୍ତିଶାଳୀ ସରକାର ଜରୁରୀ ବୋଲି ସେମାନେ କହିଛନ୍ତି। ଦେଶ ସର୍ବଦା ଦୃଢ ଓ ସ୍ଥିର ସରକାର ଚାହେଁ । ଦୁର୍ବଳ  ଓ ଅସହାୟ ସରକାର ହାାତକୁ ଗଲେ ଦେଶର ଗରିମା ନଷ୍ଟ ହେବ ବୋଲି ସେମାନେ କହିଛନ୍ତି ।  ବିଜେପି ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଥିବା ବ୍ୟକ୍ତମାନଙ୍କ ମଧ୍ୟରେ ଖ୍ୟାତନାମା ବ୍ୟକ୍ତିବିଶେଷ ହେଲେ ପଣ୍ଡିତ ଯଶରାଜ, ଉସ୍ତାଦ ଗୁଲାମ ମୁସ୍ତଫା ଖାନ, ଶଙ୍କର ମହାଦେବନ, ବିବେକ ଓବରୟ, ମାଳିନୀ  ଅବସ୍ଥି, ପଣ୍ଡିତ ବିଶ୍ୱମୋହନ ଭଟ୍ଟ ପ୍ରମୁଖ ଅଛନ୍ତି। ନେସନ୍ ଫାଷ୍ଟ ବ୍ୟାନରରେ 900ରୁ ଅଧିକ କଳାକାର ଓ ସାହିତ୍ୟିକ ବିଜେପିକୁ ଭୋଟ ଦେବାପାଇଁ ନିବେଦନ କରିବା ସହ ଦେଶବିରୋଧୀ ଶକ୍ତିମାନଙ୍କ ପ୍ରତି ସତର୍କ ରହିବାକୁ କହିଛନ୍ତି।

Spread the love