ଚୀନ୍ ଜାଙ୍ଗକେ ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା, ୯ଛାତ୍ରଙ୍କ ମୃତ୍ୟୁ

ଗୁଇଝୋଉ : ଚୀନ୍‌ ଗୁଇଝୋଉ ପ୍ରାନ୍ତରେ ହୋଇଥିବା ଏକ ନୌକା ଦୁର୍ଘଟଣାରେ ୯ ଜଣ ଛାତ୍ର ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣା ଜାଙ୍ଗକେ ନଦୀରେ ହୋଇଛି। ନୌକାଟି ୪୦ ଜଣ ଯାତ୍ରୀଙ୍କ କ୍ଷମତାର ଥିଲା। ତେବେ ଦୁର୍ଘଟଣାକାଳରେ ଏଥିରେ ସଂଖ୍ୟାଠାରୁ ଅଧିକ ଯାତ୍ରୀ ଥିଲେ ବୋଲି ସ୍ଥାନୀୟ ଅଧିକାରୀ ସୂଚିତ କରିଛନ୍ତି। ନଦୀରୁ ୯ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ବାକି ଯାତ୍ରୀ ପହଁରି ପହଁରି ଜୀବନ ବଞ୍ଚାଇଥିବା ଜଣାପଡିଛି।ସ୍ଥାନୀୟ ପ୍ରଶାସନ ନୌକାରେ କେତେ ଲୋକ ଯାତ୍ରା କରୁଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିପାରି ନାହାନ୍ତି। ମୃତକ ୯ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ତେବେ ପରେ ସେମାନେ ପ୍ରାଣ ହରାଇଛନ୍ତି। ନଦୀରେ ଏବେବି ତଲାସ ଅଭିଯାନ ଚଳାଯାଇଛି। ଦୁର୍ଘଟଣା ସ୍ଥଳରେ ୧୭ ଉଦ୍ଧାରକାରୀ ଦଳ ସମେତ ୫୦ଟି ବୋଟ ଅଛନ୍ତି। ନୌକାରେ ଯାତ୍ରା କରୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିଲେ। ଏଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

Spread the love