ପଦ୍ମ ପୁରସ୍କାର ଘୋଷିତ, ଓଡ଼ିଶାରୁ ୯ ଜଣ

ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବାର ଅଛି। ସେହିଭଳି ସଦ୍ୟ ମୃତ୍ୟୁବରଣ କରିଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ମନମୋହନ ମହାପାତ୍ରଙ୍କୁ ମରୋଣତ୍ତର ଭାବେ ପଦ୍ମଶ୍ରୀ ପ୍ରଦାନ କରାଯାଇଛି

ଜୈବିକ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ପ୍ରଫେସର ରାଧାମୋହନ ଏବଂ ସାବରମତୀ ବାପ ଝିଅଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

ଅନ୍ୟମାନଙ୍କ ମଧ୍ୟରେ ଦମୟନ୍ତୀ ବିଶ୍ରା ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପାଇଛନ୍ତି। ଏହି ବିଭାଗରେ ବିଣାପାଣୀ ମହାନ୍ତି ମଧ୍ୟ ପଦ୍ମଶ୍ରୀ ପାଇବେ। କଳା ପାଇଁ ଉତ୍ସବ ଚରଣ ଦାସଙ୍କୁ ପଦ୍ମଶ୍ରୀ ମିଳିବ। ମିତ୍ରଭାନୁ ଗୌନ୍ତିଆ ମଧ୍ୟ କଳା ପାଇଁ ପଦ୍ମଶ୍ରୀ ପାଇବେ। ପଶୁ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଟକୃଷ୍ଣ ସାହୁ ପଦ୍ମଶ୍ରୀ ପାଇବେ।

Spread the love