କରୋନା ପାଇଁ ଘୁଞ୍ଚିଲା ଆଇପିଏଲ

କରୋନା  ଘୁଂଚିଲା ଆଇପିଏଲ (ଇଣ୍ଡିଆନ ପ୍ରିମୀୟର ଲିଗ ) କରୋନା ପାଇଁ ସ୍କୁଲ କଲେଜ, ସପିଂ ମଲ୍ ଓ ଜିମ୍ ସେଣ୍ଟର, ସଭାସମିତି ବନ୍ଦ ପାଇଁ ସରକାର ଆଦେଶ ଦେଇଥିବାବେଳେ ଏଥିରୁ ବାଦ ପଡିନି ଆଇପିଏଲ୍ ।  ଏପ୍ରିଲ ମାସ ୧୫ତାରିଖ ପର୍ଯ୍ୟନ୍ତ ଆଇପିଏଲକୁ ଘୁଞ୍ଚାଇ  ଦିଆଯାଇଛି ।

ପୂର୍ବରୁ ୨୯ ମାର୍ଚ୍ଚ ରେ ଆଇପିଏଲ ହେବାନେଇ ତାରିଖ  ଧାର୍ଯ୍ୟ ହୋଇଥିଲା ।   ଆଇପିଏଲର ମାଲିକମାନେ ଏକ ବୈଠକ କରି ନିଷ୍ପତ୍ତି ନେଇଥିଲେ ଯେ, କରେନା ପାଇଁ ଆଇପିଏଲକୁ କିଛି ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଉ । ଆଇପିଏଲର ଗଭର୍ଣ୍ଣି ବୈଠକ ଆସନ୍ତା ୧୪ରେ ହେବ। ଯେଉଁଥିଲେ ଶେଷ ନିଷ୍ପତ୍ତି ଧାର୍ଯ୍ୟ କରାଯିବ ।

ପ୍ରକାଶ ଥାଉକି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରେନାକୁ ମହାମାରୀ ଘୋଷଣା କରିଛି। ଅନ୍ୟପକ୍ଷରେ ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନିଷ ସୋସଦିଆ କହିଛନ୍ତି ଦିଲ୍ଲୀରେ ଏକମାସ ପର୍ଯ୍ୟନ୍ତ ଖେଳ  ହେବନାହିଁ।

Spread the love