ଇତିହାସ ରଚିଲା RCB, ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍ ଦେଇ ପୁଣି ହେଲା ଚାମ୍ପିଅନ୍

ଇତିହାସ ରଚିଲା RCB । ଗୁଜରାଟ ଟାଇଟନ୍ସକୁ ୫ ୱିକେଟରେ ମାତ୍ ଦେଇ ପୁଣି ଚାମ୍ପିଅନ୍ ହେଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ।  ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ଆଇପିଏଲ୍ ୨୦୨୬ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଘରୋଇ ଗ୍ରାଉଣ୍ଡରେ ଧୂଳି ଚଟାଇଛି RCB ।  ଗୁଜରାଟର ୧୫୫ ରନ୍ ର ଟାର୍ଗେଟ୍ କୁ ୧୨ ବଲ୍ ବାକି ଥାଇ ୫ ୱିକେଟ୍ ହରାଇ ସହଜରେ ହାସଲ କରିନେଇଛି ଦଳ ।  ଏହି ସେନସେସନାଲ୍ ବିଜୟ ସହ RCB ନିଜ ଟ୍ରଫି ସଫଳତାର ସହ ଡିଫେଣ୍ଡ କରି ଦ୍ୱିତୀୟ ଥର ପାଇଁ ଆଇପିଏଲ୍ ମୁକୁଟ ପିନ୍ଧିଛି ।  କ୍ରମାଗତ ଦୁଇଟି ଟ୍ରଫି ଜିତିବାରେ ଆରସିବି ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସର ରେକର୍ଡ ସହ ବରାବର ହୋଇଛି ।  ବଡ଼ ମ୍ୟାଚ୍ ର ଅସଲି ବସ ହେଉଛନ୍ତି କିଙ୍ଗ କୋହଲି ।

ପ୍ରେସର ସିଚୁଏସନ୍ ରେ ମାତ୍ର ୪୨ ବଲ୍ ରୁ ୭୫+ ରନ୍ ର ଏକ ଅପରାଜିତ ଓ ମ୍ୟାଚ୍-ୱିନିଂ ଇନିଂସ ଖେଳିଥିଲେ ବିରାଟ। ଶେଷରେ ଅର୍ଶଦ ଖାନଙ୍କ ବଲ୍ ରେ ଏକ ଗଗନଚୁମ୍ବୀ ଛକା ମାରି RCBକୁ ଚାମ୍ପିଅନ୍ କରାଇଥିଲେ । ୧୫୬ ରନ୍ ର ପିଛା କରୁଥିବା RCB ଆରମ୍ଭରୁ ହିଁ ମ୍ୟାଚ୍ ଉପରେ ନିଜର ନିୟନ୍ତ୍ରଣ ରଖିଥିଲା। ଟପ୍-ଅର୍ଡରର ଧୈର୍ଯ୍ୟ ଏବଂ ମିଡିଲ୍-ଅର୍ଡରର ଆଗ୍ରେସିଭ୍ ବ୍ୟାଟିଂ ଯୋଗୁଁ ଦଳ କେବେ ବି ଚାପରେ ଆସିନଥିଲା ଏବଂ ୧୨ ବଲ୍ ବାକି ଥାଇ ସହଜ ବିଜୟ ହାସଲ କରିଥିଲା ।  ଟସ୍ ହାରି ପ୍ରଥମେ ବୋଲିଂ କରିଥିବା RCB ବୋଲରମାନେ ଗୁଜରାଟ ଟାଇଟନ୍ସକୁ ମାତ୍ର ୮ ଓ୍ଵିକେଟ୍ ହରାଇ ୧୫୫ ରନ କରିଥିଲା । ସଠିକ୍ ଲାଇନ୍-ଲେନ୍ଥ, ସ୍ମାର୍ଟ ଭେରିଏସନ୍ ଏବଂ ମିଡିଲ୍ ଓଭରରେ ନିୟମିତ ୱିକେଟ୍ ନେଇ ସେମାନେ ଗୁଜରାଟକୁ ବଡ଼ ସ୍କୋର କରିବାକୁ ଦେଇନଥିଲେ ।

ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ଠାରୁ ଆରମ୍ଭ କରି ଭରସାଯୋଗ୍ୟ ଅଲରାଉଣ୍ଡର ଏବଂ ଡେଥ୍ ବୋଲର—RCB ଦଳରେ ସବୁକିଛି ପରଫେକ୍ଟ ଥିଲା । କେବଳ ଜଣେ କି ଦୁଇଜଣ ନୁହେଁ ବରଂ ପୂରା ଦଳ ମିଳିତ ଭାବେ ଏହି ଟ୍ରଫି ପାଇଁ ଯୋଗଦାନ ଦେଇଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ ଭାବେ RCB ଗ୍ରାଉଣ୍ଡକୁ ଓହ୍ଲାଇଥିଲା ଏବଂ ସେମାନଙ୍କ ଖେଳରେ ସେହି ଆତ୍ମବିଶ୍ୱାସ ସ୍ପଷ୍ଟ ଦେଖାଯାଉଥିଲା ।  କ୍ୱାଲିଫାୟର୍ ରୁ ଫାଇନାଲ୍ ପର୍ଯ୍ୟନ୍ତ ସେମାନେ ଯେଉଁ ଦାଦାଗିରି ଦେଖାଇଲେ, ସେଥିରୁ ପ୍ରମାଣିତ ହେଲା ଯେ ସେମାନେ ହିଁ ଏହି ସିଜନ୍ ର ସବୁଠାରୁ ଶ୍ରେଷ୍ଠ ଦଳ। ଆରସିବି ଫ୍ୟାନ୍ସମାନଙ୍କ ପାଇଁ ଏହା ଏକ ଗୌରବମୟ ମୁହୂର୍ତ୍ତ । ୧୮ ବର୍ଷର ଅପେକ୍ଷାର ଅନ୍ତ ପରେ ଏବେ ଲଗାତାର ବ୍ୟାକ୍-ଟୁ-ବ୍ୟାକ୍ ଦୁଇଟି ଟାଇଟଲ୍ ଜିତି RCB ଇତିହାସ ରଚିଛି ।

Spread the love

Leave a Reply

Your email address will not be published. Required fields are marked *