ଏସବିଆଇ ଗ୍ରାମ ସେବା ପ୍ରକଳ୍ପ ଦ୍ଵାରା “ବିଶ୍ୱ ପରିବେଶ ଦିବସ”ପାଳନ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଏସବିଆଇ ଗ୍ରାମ ସେବା ପ୍ରକଳ୍ପ ଦ୍ଵାରା ବିଶ୍ୱ ପରିବେଶ ଦିବସ ୨୦୨୬ ଅବସରରେ ପରିବେଶ ସଚେତନତା ଓ ସଂରକ୍ଷଣ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରୟତ୍ନ ସଂସ୍ଥାର କର୍ମକର୍ତ୍ତା ଏବଂ ସ୍ଥାନୀୟ ସମୁଦାୟର ପ୍ରତିନିଧିମାନେ ଯୋଗ ଦେଇଥିଲେ . ପଦ୍ମାବତୀ ତାଡିଙ୍ଗୀ ଜିଲ୍ଲା ପରିଷଦ ସଦସ୍ୟା, ସିନା ଜିଲାକାରା ନାୟବ ସରପଞ୍ଚ, ପିପିଲିଗୁଡ଼ା ଗ୍ରାମ ପଞ୍ଚାୟତ, ଅମିତାଭ ଜିଲାକାରା ୱାର୍ଡ ସଦସ୍ୟ, ମାରିୟା ସିରିକା ସରପଞ୍ଚ, କରୁବାଇ ଗ୍ରାମ ପଞ୍ଚାୟତର ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପରିବେଶ ସଚେତନତା ରାଲି ଏବଂ ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥିଲା, ପରିବେଶ ସୁରକ୍ଷାରେ ସାମୁଦାୟିକ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରିବା ହେଉଛି ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଗଠନର ମୂଳ ଆଧାର ଯାହା ଜଳବାୟୁ କାର୍ଯ୍ୟ, ପରିବେଶ ସଂରକ୍ଷଣ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସମୁଦାୟର ସକ୍ରିୟ ଭାଗୀଦାରିକୁ ପ୍ରୋତ୍ସାହିତ କରିଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ସ୍ୟା, ଯୁବକ-ଯୁବତୀ ଏବଂ ସାମାଜିକ କର୍ମୀମାନେ ଯୋଗଦେଇ ପରିବେଶ ସୁରକ୍ଷା ପ୍ରତି ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ ଓ ଅଂଶଗ୍ରହଣକାରୀମାନେ ପରିବେଶ ସୁରକ୍ଷା, ଜୈବ ବିବିଧତା ସଂରକ୍ଷଣ ଏବଂ ପ୍ଲାଷ୍ଟିକ ବ୍ୟବହାର ହ୍ରାସ ପାଇଁ ସମୁହିକ ଶପଥ ଗ୍ରହଣ କରିଥିଲେ। ପ୍ରୟତ୍ନ ସଂସ୍ଥା ଓ SBI Foundation ଙ୍କ ମିଳିତ ପ୍ରୟାସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପରିବେଶ ସଚେତନତା ବୃଦ୍ଧି କରିବା ସହ ଜଳବାୟୁ ସୁରକ୍ଷା ପାଇଁ ଜନସାଧାରଣଙ୍କୁ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଥିଲା। ବକ୍ତାମାନେ ଭବିଷ୍ୟତ ପିଢ଼ୀ ପାଇଁ ଏକ ସୁସ୍ଥ, ସବୁଜ ଓ ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।
