ମୁଖ୍ୟମନ୍ତ୍ରୀଙ୍କ ସହ ଫିଲ୍ମ ଦେଖିଲେ ବଲିଉଡ୍ କୁଇନ ତଥା ସାଂସଦ କଙ୍ଗନା ରଣାୱତ

ଭୁବନେଶ୍ୱର : ଓଡ଼ିଶାରେ ବଲିଉଡ୍ କୁଇନ ତଥା ସାଂସଦ କଙ୍ଗନା ରଣାୱତ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦେଖିଲେ ଫିଲ୍ମ ।  ଉତ୍କଳ କନିକା ଗ୍ୟାଲେରିଆରେ ନିଜ ଅଭିନୀତ ‘ଭାରତ ଭାଗ୍ୟ ବିଧାତା’ର ସ୍ପେସାଲ ପ୍ରିମିୟର ସୋ ଦେଖିଲେ କଙ୍ଗନା ।  ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଏୟାରପୋର୍ଟରେ ବୃକ୍ଷ ରୋପଣ କରି ଏକ ପେଡ୍ ମା’ କେ ନାମ୍ ଅଭିଯାନରେ ସାମିଲ ହୋଇଥିଲେ ।  କଙ୍ଗନାଙ୍କୁ ଦେଖିବାକୁ ଫ୍ୟାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।

ପ୍ରେକ୍ଷାଳୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସାଂସଦ ତଥା ବଲିଉଡ୍ କୁଇନ୍ କଙ୍ଗନା ରଣାୱତ ।  ନିଜ ଅଭିନୀତ ଫିଲ୍ମ ‘ଭାରତ ଭାଗ୍ୟ ବିଧାତା’ର ସ୍ପେସାଲ ପ୍ରିମିୟର ସୋ ଦେଖିଲେ କଙ୍ଗନା ।  ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ମୁମ୍ବାଇର କାମା ଆଣ୍ଡ ଅଲବ୍ଲେସ୍ ହସ୍ପିଟାଲାରେ ସ୍ବାସ୍ଥ୍ୟକର୍ମୀମାନେ କିଭଳି ଜୀବନକୁ ବାଜି ଲଗାଇ ୪୦୦ ରୋଗୀଙ୍କ ଜୀବନ ରକ୍ଷା କରିଥିଲେ ତାକୁ ନେଇ ଏହି ଫିଲ୍ମର କାହାଣୀ ।  ଫିଲ୍ମରେ ଜଣେ ସାହସୀ ନର୍ସଙ୍କ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା ।  ଯିଏକି ମୃତ୍ୟୁର ଭୟ ସତ୍ତ୍ବେ ସ୍ବାସ୍ଥ୍ୟକର୍ମୀମାନଙ୍କ ନେତୃତ୍ବ ନେଇଥିଲେ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ନିଜର ଫିଲ୍ମ ଦେଖିଲେ କଙ୍ଗନା ।  ଆଉ ମୁଖ୍ୟମନ୍ତ୍ରୀ ସମୟ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କଙ୍ଗନା ।  ଆସନ୍ତା ୧୨ ତାରିଖରେ ଫିଲ୍ମ ରିଲିଜ ହେବ ।

ନିଜ ଫିଲ୍ମର ପ୍ରିମିୟର ସୋ’ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଥିଲେ କଙ୍ଗନା ।   ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନ ପରିସରରେ ମଧ୍ୟ ବୃକ୍ଷ ରୋପଣ କରିଥିଲେ । ଓଡ଼ିଶାର ପବିତ୍ର ଭୂମିରେ ଗଛ ଲଗାଇବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଥିଲେ କଙ୍ଗନା ।  ଅପରାହ୍ଣରେ କଡ଼ା ସୁରକ୍ଷା ସୁରକ୍ଷା ବଳୟରେ ଭୁବନେଶ୍ୱର ଉତ୍କଳ କନିକା ଗାଲେରିଆକୁ ଯାଇଥିଲେ ପ୍ରିମିୟର ସୋ’ ଦେଖିବାକୁ ।  ଏହି ଅବସରରେ ସମାଜ ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଥିବା କିଛି କିଛି ଅସଲ ହିରୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶେଷରେ ଗଣମାଧ୍ୟମକୁ କଙ୍ଗନା ରାଣାୱାତ ତାଙ୍କର ପ୍ରତିକ୍ରିୟା ଦେଇଥିଲେ । ଓଡ଼ିଆ ବୁଣାକାରଣଙ୍କ ହାତରେ ନିର୍ମିତ ସ୍ୱତନ୍ତ୍ର ଶାଢ଼ୀ ପିନ୍ଧି ନିଜ ସିନେମାର ପ୍ରମୋସନ କରିଥିଲେ ଅଭିନେତ୍ରୀ କଂଗନା ରାଣାୱାତ । ଭାରତୀୟ ବୁଣାକାରଙ୍କ ହାତ ନିର୍ମିତ କପଡା ପିନ୍ଧିବା ସହ ତାର ପ୍ରମୋସନ କରିବା ନେଇ ଅନୁରୋଧ କରିଥିଲେ କଙ୍ଗନା । ଭାରତ ଭାଗ୍ୟ ବିଧାତା ସିନେମାକୁ ସମ୍ପୂର୍ଣ୍ଣ ଟ୍ୟାକ୍ସ ଫ୍ରି କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ କଂଗନା । ମୁଖ୍ୟମନ୍ତ୍ରୀଙ୍କୁ ସିନେମା ଏତେ ଭଲ ଲାଗିଲା ଯେ ସେ ପୁରା ସିନେମାକୁ ଦେଖିଲେ । ସିନେମା ଦେଖିବା ସମୟରେ ମୁଖ୍ୟମନ୍ତ୍ରୀ ଭାବବିହ୍ୱଳ ହେବା ସହ କାନ୍ଦୁଥିବା ନେଇ ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଥିଲେ ଅଭିନେତ୍ରୀ । ଏହି ସିନେମାକୁ ଦେଖନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ । ସିନେମାରେ ପ୍ରଧାନମନ୍ତ୍ରୀଙ୍କ ସାଧାରଣ ଲୋକଙ୍କ ପାଇଁ ଯୋଉ ଭାବନା ଅଛି ତାହା ଦେଖେଇବାକୁ ଚେଷ୍ଟା କରିଛୁ । ଆଗକୁ ଓଡ଼ିଶାର ଗଣ ପର୍ବ ରଜ ଆସୁଥିବାରୁ ସମସ୍ତଙ୍କୁ ରଜର ଶୁଭେଚ୍ଛା ଦେବା ସହ ଜୟ ଜଗନ୍ନାଥ କହିଥିଲେ କଙ୍ଗନା ।

Spread the love

Leave a Reply

Your email address will not be published. Required fields are marked *