କରୋନା ମୁକାବିଲା : ଏଣିକି ୧୦ଟା ରୁ ୪ଟା ଯାଏଁ ଖୋଲିବ ଆହାର କେନ୍ଦ୍ର

ଭୁବନେଶ୍ୱର, ୧୭/୦୩: କୋରୋନା ପାଇଁ ଆହାର କେନ୍ଦ୍ର ଗୁଡ଼ିକରେ କଟକଣା। ଆହାର ଦେବାର ସମୟକୁ ବୃଦ୍ଧି କରାଯାଇଛି। ଭିଡ଼ ନିୟନ୍ତ୍ରଣ କରିବାକୁ ସରକାର ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି 10ଟା ରୁ 4ଟା ପର୍ଯ୍ୟନ୍ତ ଆହାର କେନ୍ଦ୍ରରେ ଆହାର ଦିଆଯିବ। ସବୁ ଜିଲ୍ଲାପାଳ, ମୁନିସିପାଲ୍, କର୍ପୋରେସନଙ୍କୁ ଏନେଇ ଚିଠି ଲେଖିଛନ୍ତି ନଗର ଉନ୍ନୟନ ବିଭାଗ।

କୋରୋନା ପାଇଁ ଆହାର କେନ୍ଦ୍ର ଗୁଡ଼ିକରେ କଟକଣା। ଆହାର ଦେବାର ସମୟକୁ ବୃଦ୍ଧି କରାଯାଇଛି। ଭିଡ଼ ନିୟନ୍ତ୍ରଣ କରିବାକୁ ସରକାର ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି 10ଟା ରୁ 4ଟା ପର୍ଯ୍ୟନ୍ତ ଆହାର କେନ୍ଦ୍ରରେ ଆହାର ଦିଆଯିବ। ସବୁ ଜିଲ୍ଲାପାଳ, ମୁନିସିପାଲ୍, କର୍ପୋରେସନଙ୍କୁ ଏନେଇ ଚିଠି ଲେଖିଛନ୍ତି ନଗର ଉନ୍ନୟନ ବିଭାଗ।

ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଅନୁଯାୟୀ :-

-ଆହାର କେନ୍ଦ୍ର ଠାରେ ଲାଗୁଥିବା ଲାଇନରେ ଜଣେ ବ୍ୟକ୍ତିଙ୍କ ଠାରୁ ଆଉ ଜଣେ ବ୍ୟକ୍ତିର ଦୂରତା ଦେଢ଼ ମିଟର ରହିବ।

-ଆହାର କେନ୍ଦ୍ରର ପ୍ରବେଶ ପଥରେ ହ୍ୟାଣ୍ଡ ୱ୍ୱାସ ଓ ସାବୁନ ରହିବ।

-ଲାଇନରେ ଛିଡା ହେବା ପୂର୍ଵରୁ ଭଲ ଭାବେ ହାତ ଧୋଇବାକୁ ନିର୍ଦ୍ଦେଶ ଦିଆଯାଇଛି।

-ଆହାର କେନ୍ଦ୍ର ଗୁଡିକୁ ପରିଷ୍କାର ପରିଚ୍ଛନ ରଖିବାକୁ ପରାମର୍ଶ ଦିଆଯାଇଛି।

– ଆହାର କେନ୍ଦ୍ର ବାହାରେ ପାନୀୟଜଳର ବ୍ୟବସ୍ଥା କରିବାକୁ କୁହାଯାଇଛି।

– ଆହାର ନେବା ପାଇଁ କୁପନ କିମ୍ବା ଟୋକାନ କିଣିବାକୁ ଉପଯୁକ୍ତ ଦେୟ ଏକ ବକ୍ସ ଭିତରେ ରଖିବାକୁ ପରାମର୍ଶ କରାଯାଇଛି। ଯାହାଫଳରେ ଜଣେ ଅନ୍ୟ ଜଣଙ୍କ ସଂସ୍ପର୍ଶରେ ଆସିବେ ନାହିଁ।

– ଆହାର କେନ୍ଦ୍ରର ଟୋକୋନ କାଉଣ୍ଟରକୁ ନିୟମିତ ଭାବରେ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କୁହାଯାଇଛି।  

ଉପୋରୋକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆହାର କେନ୍ଦ୍ରଗୁଡ଼ିକୁ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉପୋରୋକ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆହାର କେନ୍ଦ୍ରଗୁଡ଼ିକୁ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Spread the love