ବିଜୁ ଏକ୍ସପ୍ରେସୱେରେ ଗଞ୍ଜେଇ ଜବତ

ଝାରସୁଗୁଡା: ଚାଲିଥିଲା ଗଞ୍ଜେଇ ଚାଲାଣ । ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ । ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ ହାଇୱେ କଡ଼ରୁ ଜବତ ହେଲା ମାଳ ମାଳ ଗଞ୍ଜେଇ । ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ କାରକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ମାତ୍ର ପୋଲିସକୁ ଦେଖି ଖସି ପଳାଇବାକୁ ଚେଷ୍ଟା କରି କାର୍ ଚାଳକ ଜଣକ ଦ୍ରୁତ ଗତିରେ ଗାଡ଼ି ଚଳାଇଥିଲେ । କିନ୍ତୁ କିଛି ସମୟ ପରେ କାରଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ପୋଲିସ ଗାଡ଼ିର ଯାଞ୍ଚ କରିବା ପରେ ସେଥିରୁ ବିପୁଳ ଗଞ୍ଜେଇ ପ୍ୟାକେଟ୍ ଜବତ ହୋଇଛି ।

ଏହି ଚାଲାଣରେ ସମୁଦାୟ ୨ ଜଣ ସାମିଲ ଥିବା ବେଳେ, ଦୁର୍ଘଟଣା ପରେ ଜଣେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଛି ଏବଂ ଅନ୍ୟ ଜଣକୁ ପୋଲିସ କାବୁ କରିବାରେ ସଫଳ ହୋଇଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ଛତିଶଗଡ଼ ରାୟଗଡ଼ ଅଭିମୁଖେ ଚାଲାଣ କରାଯାଉଥିଲା । ଘଟଣାସ୍ଥଳରେ ବଡ଼ମାଲ ପୋଲିସ ପକ୍ଷରୁ ଗଞ୍ଜେଇ ପ୍ୟାକେଟ୍ ଗୁଡ଼ିକର ଏକ ଓଜନ ପ୍ରକ୍ରିୟା ଏବେ ବି ଜାରି ରହିଛି । ଏହି ବେଆଇନ କାରବାର ପଛରେ ଆଉ କାହାର ହାତ ରହିଛି, ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *