୯ ବର୍ଷ ପରେ ପଞ୍ଜାବରୁ ଗିରଫ ହେଲା ଫେରାର କଏଦୀ, ପାରୋଲରେ ଆସି ଫେରାର ହୋଇଥିଲା

କଟକ : ୯ ବର୍ଷ ପରେ ଧରାପଡ଼ିଲା ଫେରାର କଏଦୀ । ଚୌଦ୍ୱାର ମଣ୍ଡଳ କାରାଗାରରୁ ୨୦୧୭ରେ ପାରୋଲରେ ଆସି ଫେରାର ଥିବା କଏଦୀ ସାଜିଦ ଖାନକୁ ଗିରଫ କରିବାରେ ସଫଳ ହୋଇଛି ଜଗତପୁର ଥାନା ପୋଲିସ। ଜଗତପୁର ଥାନା ଅଞ୍ଚଳରେ ୨୦୦୮ ମସିହାର ଏକ ଦୁଷ୍କର୍ମ ଉଦ୍ୟମ ଏବଂ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା କାଟୁଥିଲା ସାଜିଦ।

୧୪ ଦିନ ପାଇଁ ପାରୋଲରେ ବାହାରି ଆଉ ଜେଲକୁ ଫେରିନଥିଲା। ବଡ଼ ଭଉଣୀକୁ ଦୁଷ୍କର୍ମ ଉଦ୍ୟମ ଏବଂ ସାନ ଭଉଣୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଫେରାର କଏଦୀକୁ prisionerକରିଛି କମିଶନରେଟ୍ ପୋଲିସ। ପ୍ରଥମେ ଯାଜପୁର। ସେଠାରୁ ଦିଲ୍ଲୀ ଏବଂ ପରେ ଅମୃତସର ପଳାଇ ଆତ୍ମଗୋପନ କରିଥିଲା। ଅମୃତସରର ସୁଦର୍ଶନ ନଗର ଅଞ୍ଚଳରେ ନାଁ ବଦଳାଇ ଫୟାଜ୍ ଖାନ ନାଁରେ ରହୁଥିଲା।

ସେଠାରେ ବୁଲି ବୁଲି ବେଡ୍ ସିଟ୍ ବିକ୍ରି କରିବା ସହ ବିବାହ କରି ପରିବାର ସହ ରହିଥିଲା। ଗତ ୨୦୨୫ ଡିସେମ୍ବର ମାସରେ ଚୌଦ୍ଵାର ଜେଲ କର୍ତ୍ତୃପକ୍ଷ ରିପୋର୍ଟ କରିବା ପରେ, ଗତ ୬ ମାସ ତଳେ ତଦନ୍ତ ଆରମ୍ଭ କରିଥିଲା କମିସନରେଟ୍ ପୋଲିସ। ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସାଇବର ଟିମର ସହାୟତା ମଧ୍ୟ ନିଆଯାଇଥିଲା।

କିଛି ଫୋନ ନମ୍ବରକୁ ଟ୍ରାକ କରୁଥିଲା କମିଶନରେଟ ପୋଲିସ। ନିଜ ପରିବାରବର୍ଗଙ୍କ ସହିତ ଫୋନ ଯୋଗେ ସମ୍ପର୍କରେ ଥିଲା ସାଜିଦ। ତେବେ ୨୦୧୭ ରୁ ଫେରାର ପରେ ଜେଲ କର୍ତ୍ତୃପକ୍ଷ ଏତେ ବିଳମ୍ବରେ କାହିଁକି ରିପୋର୍ଟ କଲେ, ସେନେଇ life convictଜେଲ କର୍ତ୍ତୃପକ୍ଷ ହିଁ ଉତ୍ତର ଦେଇପାରିବେ ବୋଲି କହିଛନ୍ତି କଟକ ଡିସିପି।

Spread the love

Leave a Reply

Your email address will not be published. Required fields are marked *