କରୋନା ସଚେତନତା ରେ ନବୀନ ନଂ ୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,  ୧୮/୦୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତି ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି କହି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ନବୀନ କରୋନା ପରୀକ୍ଷଣ ପାଇଁ ତାଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକୃତ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏପରି ପ୍ରଶଂସା କରିଛନ୍ତି ।

ସୂଚନା ଅନୁଯାୟୀ, ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରକୁ ନେଇ ପିଏମ୍ ମୋଦୀ କହିଛନ୍ତି, ଓଡିଶା ସିଏମ ନବୀନ ବାବୁ ଜାତି ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ଏବଂ ଅନ୍ୟମାନେ ତାଙ୍କୁ ଅନୁକରଣ କରିବା ଉଚିତ । ଫଳରେ ଆମେ କରୋନା ଭାଇରସକୁ ହରାଇବାରେ ସକ୍ଷମ ହୋଇପାରିବା ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି କହିଥିଲେ, ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପରି ମୁଁ ମୋ ଭଉଣୀର ବିବରଣୀ ସରକାରୀ ପୋର୍ଟାଲରେ ପଞ୍ଜୀକୃତ କରିଛି । ବିଦେଶରୁ ଆସୁଥିବା ଆପଣଙ୍କ ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ବିଷୟରେ ସବିଶେଷ ତଥ୍ୟ ପଞ୍ଜିକରଣ କରିବାକୁ ମୁଁ ତୁମ ସମସ୍ତଙ୍କୁ ନିବେଦନ କରୁଛି । ଏହା ଓଡ଼ିଶାକୁ କରୋନା ଭାଇରସରୁ ରକ୍ଷା କରିବାରେ ସାହାଯ୍ୟ କରିବ ।

Spread the love