ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଆରଆଇ

କଟକ :  ଜମି ପଟ୍ଟା କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଆରଆଇ । କେନ୍ଦ୍ରାପଡ଼ାର କୌପଦା ସର୍କଲର ଆରଆଇ ସାଇଦର୍ଶିନୀ ଲେଙ୍କା ଭିଜିଲାନ୍ସ ଜାଲରେ। ଅଭିଯୋଗ ଅନୁଯାୟୀ, ଜମି ପଟ୍ଟା ପ୍ରଦାନ ପାଇଁ ସେ ଜଣେ ଆବେଦନକାରୀଙ୍କଠାରୁ ୫ ହଜାର ୫୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗକାରୀ କିଛି ବର୍ଷ ପୂର୍ବରୁ ଦୁଇ ଜଣ ଯୁଗ୍ମ ମାଲିକଙ୍କଠାରୁ ଏକ ଜମି କ୍ରୟ କରିଥିଲେ।

ଜମିର ମ୍ୟୁଟେସନ କରାଇ ନିଜ ନାଁରେ ଆରଓଆର ପାଇବା ପାଇଁ ସେ ଗତ ଜୁନ ୨୪ ରେ ଆବେଦନ କରିଥିଲେ। ତେବେ ମାମଲାରେ ସପକ୍ଷ ରିପୋର୍ଟ ଦେବା ଏବଂ ଆରଓଆର ପ୍ରଦାନରେ ସହଯୋଗ ପାଇଁ ଆରଆଇ ପ୍ରଥମେ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଆବେଦନକାରୀ ଦେବାକୁ ଅସମର୍ଥ ହେବାରୁ ୫ ହଜାର ୫୦୦ ଟଙ୍କାକୁ କମାଇଥିଲେ ଆରଆଇ । ଭିଜିଲାନ୍ସରେ ଅଭିଯୋଗ ପରେ ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଟିମ୍ ଆରଆଇଙ୍କୁ ଧରିଥିଲା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ସମ୍ପର୍କିରେ ତଦନ୍ତ ପାଇଁ ସାଇଦର୍ଶିନୀଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।

Spread the love

Leave a Reply

Your email address will not be published. Required fields are marked *