ୟୁନିଟ 5 ଜଗନ୍ନାଥ ମନ୍ଦିର: ସୁନାବେଶରେ ଝଲସିଲେ ଚତୁର୍ଦ୍ଧା ମୂର୍ତ୍ତି

ଭୁବନେଶ୍ୱର, 25/7/2026:  ୟୁନିଟ 5 ଜଗନ୍ନାଥ ମନ୍ଦିରରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଘୋଷଯାତ୍ରାର ବିଶେଷ ପର୍ଯ୍ୟାୟ ହରିଶୟନ ଏକାଦଶୀ ଉପଲକ୍ଷେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାର୍ଚନା ଓ ରୀତିନୀତି ରଥ ଉପରେ ହିଁ ସମାପନ କରାଯାଇଛି। ବିଗ୍ରହ ମାନଙ୍କ ସୁନାବେଶ ପାଇଁ ସନ୍ଧ୍ୟା ପୂର୍ବରୁ ହିଁ ସନ୍ଧ୍ୟା ଆଳତୀ କରାଯାଇଥିଲା। ଏହା ପରେ ବିଗ୍ରହ ମାନଙ୍କୁ ଅବିକଳ ସ୍ଵର୍ଣ ସଦୃଶ ବିଭିନ୍ନ ଆଭୂଷଣରେ ସୁସଜ୍ଜିତ କରାଯାଇଥିଲା। ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହ ପୂଜାର୍ଚନା କରିଥିଲେ। ରାଜ୍ୟ ସଂସ୍କୃତି ବିଭାଗ ସୌଜନ୍ୟରେ ଭଜନ ପରିବେଷଣ କରାଯାଇଥିଲା। ସୁନାବେଶ ଦର୍ଶନ ସହ ଭଜନ କାର୍ଯ୍ୟକ୍ରମ ଶ୍ରଦ୍ଧାଳୁ ମାନେ ଉପଭୋଗ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ପରିଶେଷରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ଅଧରପଣା ନୀତି ଅନୁଷ୍ଠିତ ହେବ ।

Spread the love