ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ୫୦ ବର୍ଷୀୟ ବୃଦ୍ଧ ଅଟକ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ) :  ଅନୁଗୁଳରେ ପୁଣି ଲଜ୍ୟା । ମାତାଲ ଅବସ୍ଥାରେ ଜଣେ ବ୍ୟକ୍ତି ନାବାଳିକାଙ୍କୁ  ଦୁଷ୍କର୍ମ ଉଦ୍ୟମ କରି ପୋଲିସ ଦ୍ୱାରା ଅଟକ ରହିଛନ୍ତି । ଦିନ କେଇଟା ପର୍ବରୁ ଅନୁଗୁଳ ଥାନା କାଙ୍ଗୁଲା ଗ୍ରାମରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ଭଳି ଘଟଣା ମନରୁ ନ ଲିଭୁଣୁ ଆଜିର ଏହି ଘଟଣା ପରେ ପୁଣି ଉତ୍ତେଜନାଦେଖାଦେଇଛି । ଘଟଣା ଟି ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ।

ନିଜ ସାଙ୍ଗ ମାନଙ୍କ ସହ ଖେଳୁଥିବା ବେଳେ ପ୍ରାୟ ୫୦ ବର୍ଷୀୟ ଜଣେ ବ୍ୟକ୍ତି ଜଣେ ୫ ବର୍ଷ ର ନାବାଳିକା କୁ ଦୁଷ୍କର୍ମ ଉଦ୍ୟମ କରିଛି । ଅର୍ଧ ନିର୍ମିତ ଏକ ଘରେ ଏହି ଏହି ଜଘନ୍ୟ କାଣ୍ଡ ଘଟୁଥିବାର ସୂଚନା ପାଇ ଗ୍ରାମବାସୀ ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଇଛନ୍ତି  ।

ଏ ନେଇ ବନ୍ତଳା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ପିଡିତା ଓ ଅଭିଯୁକ୍ତ ଆର୍ତ୍ତତ୍ରାଣ ବେହେରାର ଡାକ୍ତରୀ ମାଇନା କରାଇଛି ପୋଲିସ । 

Spread the love