ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ : ବିକ୍ରମ ପଣ୍ଡାଙ୍କୁ ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ । ବ୍ରହ୍ମପୁରର ବହୁଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ କୁମାର ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨୨ ଅକ୍ଟୋବର ୨୦୨୫ରେ ଗିରଫ ହୋଇଥିଲେ । ନିମ୍ନ ଅଦାଲତରେ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୨୦୨୫ ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୯ ଟା ୪୦ ସମୟରେ ବୈକୁଣ୍ଠନଗରସ୍ଥିତ ବାସଭବନ ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ପୀତବାସ ପଣ୍ଡା ନିଜ ଚାମ୍ବରରୁ ସ୍କୁଟରରେ ଘରକୁ ଫେରୁଥିବା ବେଳେ ବାଇକ୍ ରେ ଆସି ଦୁର୍ବୃତ୍ତ ତାଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲେ। ତାଙ୍କୁ ତୁରନ୍ତ ଏମକେସିଜି (MKCG) ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ​ଘଟଣାର ତଦନ୍ତ କରି ବ୍ରହ୍ମପୁର ପୁଲିସ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ , ବିଜେଡି କର୍ପୋରେଟର ଏବଂ ସୁପାରି କିଲରଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। ପୋଲିସ ତଦନ୍ତ ଅନୁଯାୟୀ, ପୁରୁଣା ବ୍ୟବସାୟିକ ଶତ୍ରୁତା, ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଏବଂ ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମା (Election Petition) କୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ରଚାଯାଇଥିଲା। ​ଦୀର୍ଘ ମାସ ଧରି ବିଚାର ବିଭାଗୀୟ ହାଜତରେ ରହିବା ଏବଂ ମଝିରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଶେଷରେ ତାଙ୍କୁ ଏହି ମାମଲାରେ ହାଇକୋର୍ଟରୁ ଜାମିନ ମିଳିଛି।

Spread the love

Leave a Reply

Your email address will not be published. Required fields are marked *