ବ୍ୟାଙ୍କରୁ ମିଳିଲା ଜାଲ୍ ନୋଟ୍; ୩ ଅଧିକାରୀ ନିଲମ୍ବିତ, ଆରବିଆଇ ତଦନ୍ତ
ନୂଆଦିଲ୍ଲୀ,୧ା୯ : ବ୍ୟାଙ୍କରୁ ମିଳିଛି ଜାଲ୍ ନୋଟ୍। ଏହି ଘଟଣା ବ୍ୟାପିବା ପରେ ଗ୍ରାହକଙ୍କମ ଧ୍ୟରେ କୋକୁଆ ଭୟ ଖେଳିଯାଇଛି। ଘଟଣା ଉତ୍ତର ପ୍ରଦେଶ ମିଟରର ସାହାରନ୍ପୁର ଘଟଣା। ସହାରନପୁରର ଘଣ୍ଟାଘର ନିକଟ ସୋଫିଆ ମାର୍କେଟସ୍ଥତ ପିଏନ୍ବି କରେନ୍ସି ଚେଷ୍ଟରୁ ୧୭ କୋଟି ଟଙ୍କାର ନକଲି ନୋଟ୍ ମିଳିବା ପରେ ମିରଟ୍ ଜୋନର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଆତଙ୍କ ସୃଷ୍ଟି ହୋଇଛି। ଏତେ ପରିମାଣର ନକଲି ନୋଟ୍ ମିଳିବା ବ୍ୟାଙ୍କିଙ୍ଗ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିରେ ସବୁଠାରୁ କୌତୂହଳର ବିଷୟ ହେଉଛି, ସିସିଟିଭିରେ ଟ୍ରେଜେରୀ ହାଉସକିପର ଟଙ୍କା ଉଠାଉ କରୁଥିବାର ଦୃଶ୍ୟ କଏଦ୍ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ଘଟଣାର ତଦନ୍ତ ଜାରି ରଖÒଛି। ଏହି ଘଟଣାରେ ବ୍ୟାଙ୍କର ୩ ଜଣ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ତେବେ ଅଡିଟ୍ ବେଳେ ଏହି ଜାଲିଆତି କାମ ଧରାପଡିଛି।ସହାରନପୁରର ପିଏନବି କରେନ୍ସି ଚେଷ୍ଟରୁ ଏପରି ନକଲି ନୋଟ୍ ମିଳିବା ପରେ ଜୋନର ସମସ୍ତ କରେନ୍ସି ଚେଷ୍ଟକୁ ଏବେ ସତର୍କ କରାଇ ଦିଆଯାଇଛି। ବ୍ୟାଙ୍କ ଅଧିକାରୀ ଏବଂ ନଗଦ ପରିଚାଳନା କର୍ମଚାରୀଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣତଃ କରେନ୍ସି ଚେଷ୍ଟରେ ବହୁ ପରିମାଣର ନଗଦ ନୋଟ୍ ଜମା ଏବଂ ଆବଣ୍ଟନ ପାଇଁ ରଖାଯାଇଥାଏ। ଗୋଟିଏ ଚେଷ୍ଟରେ କୋଟି କୋଟି ଟଙ୍କାର ନକଲି ନୋଟ୍ ମିଳିବା ଘଟଣାକୁ ଏକ ଗମ୍ଭୀର ସୁରକ୍ଷା ଚ୍ୟାଲେଞ୍ଜ ଭାବରେ ବିବେଚନା କରାଯାଉଛି। ଏହି ଘଟଣା ପରେ, ମିରଟ୍ ଜୋନର ସମସ୍ତ କରେନ୍ସି ଚେଷ୍ଟ ଉପରେ ଅଧିକ ନଜର ରଖିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ବ୍ୟାଙ୍କଗୁଡ଼ିକୁ ନଗଦ ଗ୍ରହଣ କରିବା ସମୟରେ ନୋଟଗୁଡିକୁ ଯାଞ୍ଚ ଏବଂ ସ୍କ୍ରିନିଂ କରାଯିବା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ଅଧିକାରୀ ଏବଂ ନଗଦ ପରିଚାଳନା କର୍ମଚାରୀଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ଏଥରେ ନିର୍ଦ୍ଦେଶ ଦିଆଯାଇଛି। ଏବେ ସମସ୍ତଙ୍କ ନଜର ରହିବ ଯେ ତଦନ୍ତକାରୀ ସଂସ୍ଥାଗୁଡ଼ିକ କେତେ ଶୀଘ୍ର ଜାଲ ନୋଟର ଉତ୍ସ ପାଖରେ ପହଞ୍ଚିବେ ଏବଂ ଏହି ମାମଲା ସହିତ ଜଡିତ କୌଣସି ବଡ଼ ନେଟୱାର୍କର ପର୍ଦ୍ଦାଫାସ ହେଉଛି କି ନାହିଁ।
