ଏମଏମଡିଆର ଲାଗୁହେବା ଫଳରେ ଆଦିବାସୀ ଜମି ସହ ଜଙ୍ଗଲ ଅଧିକାର ମଧ୍ୟ ହରାଇବେ
ଭୁବନେଶ୍ୱର; 12 ସେପ୍ଟେମ୍ବର କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ ଏମଏମଡିଆର କିଭଳି ଆଦିବାସୀଙ୍କ ଜଙ୍ଗଲ ଅଧିକାର ଛଡାଇ ନେଇଛି ତାହା ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଛତିଶଗଡର ହସଦେଓ ଜଙ୍ଗଲ ଯାହାକୁ ଛତିଶଗଡ଼ର ଫୁସଫୁସ କୁହାଯାଏ ସେଠାରେ ଆଦିବାସୀଙ୍କ ଦେବତାଙ୍କ ବାସ। ଆଦିବାସୀଙ୍କ ଭଗବାନ ଧରଣ ପେନୁ, ମଝିଘରିଆଣି, ବୁଢ଼ା ପେନୁ, ନିୟମ ରାଜା (ମୁଡିଆ) (କୋଣ୍ଡା) (ରାମ) ଜଙ୍ଗଲରେ ସ୍ଥାପିତ ଦେବତାଙ୍କୁ ପୂଜା କରିବା ପାଇଁ ବର୍ତ୍ତମାନ ଅନୁମତି ନାହିଁ କାରଣ ଏମଏମଡିଆର ଆଇନ ଆଗରୁ ଦୁଇଗୋଟି ଜଙ୍ଗଲ ଆଇନ ସରକାର ପରିବର୍ତ୍ତନ କରି ସାରିଲେଣି। ଯାହା ଉଚ୍ଚ ପୁଞ୍ଜି ପ୍ରତିବନ୍ଧକ (High Capital Barrier) ଭୂପୃଷ୍ଠ ଅଧିକାରର ସୁଯୋଗ (Surface Rights Access) FRA – ୨୦୦୬ ଆଦି ଆଇନ ପ୍ରତ୍ୟାହାର କରାଯାଇଛି ଫଳରେ ଆଦିବାସୀଙ୍କ ଅଧିକାର ଉପରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି ବର୍ତ୍ତମାନ ୧୦୦% ଗ୍ରାମସଭା ବଦଳରେ ଏବେ ୭୦% ଗ୍ରାମସଭା ହୋଇଛି l DMF (ଜିଲ୍ଲା ମିନେରାଲ୍ ଫଣ୍ଡ ) ଯାହା ଏବେ ଅଧିକ ରାଜ୍ୟ ନିୟନ୍ତ୍ରଣରେ ଅଛି। ତାହା ମଧ୍ୟ କେନ୍ଦ୍ର ଅଧିକାରକୁ ଚାଲିଯିବ l DMF ର ମୁଖ୍ୟ ଏବେ ଜିଲ୍ଲାପାଳ (କଲେକ୍ଟର), ଜଣେ ରାଜାଙ୍କ ଭଳି ବ୍ୟବହାର କରୁଛନ୍ତି l ବର୍ତ୍ତମାନର ଲିଜ୍ (ପଟ୍ଟା) ସହିତ ଖଣିଜ ପଦାର୍ଥର ବୃଦ୍ଧି କରାଯାଉଛି। MFP – ଲଘୁ ବନଜାତ ଦ୍ରବ୍ୟ (Minor Forest Produce) ସଂଗ୍ରହ ପାଇଁ ଆଦିବାସୀଙ୍କ ପାଖରେ ବର୍ତମାନ କୌଣସି ଅଧିକାର ନାହିଁ।
ଜଙ୍ଗଲ କ୍ଷୟ, ମୃତ୍ତିକା କ୍ଷୟ, ଭୂତଳ ଜଳ ସ୍ତର ହ୍ରାସ ଏବଂ ଅନେକ ପବିତ୍ର ଜଙ୍ଗଲ ବା ଗ୍ରୋଭ୍ସ (groves) ର ବିନାଶ ଘଟୁଛି ତଥାପି ସରକାର ଉତ୍ତରଦାୟିତ୍ୱ ନେଉ ନାହାନ୍ତି l
ଜନଜାତି ବ୍ୟାପାର ମନ୍ତ୍ରଣାଳୟ (MOTA) ଅଗଷ୍ଟ ୨୦୦୬ ଭିଟୋ ପାୱାର୍ (ନିଷେଧାଦେଶ ଅଧିକାର) ଜିଲ୍ଲାପାଳଙ୍କୁ ଦିଆଗଲା। ଗ୍ରାମସଭା ଯଦି ଥରେ ମଧ୍ୟ ନିର୍ଣ୍ଣୟ କରିପାରିଲା ନାହିଁ ତେବେ ଜିଲ୍ଲାପାଳ ଭିଟୋ କ୍ଷମତା ଅନୁସାରେ ନିଷ୍ପତ୍ତି ନେଇ ପାରିବେ । ଜଙ୍ଗଲ ରୂପାନ୍ତରଣରେ ପରିବର୍ତ୍ତନ ସଂଶୋଧିତ ଆକ୍ଟ (ଆଇନ) ଡିମଡ୍ ଫରେଷ୍ଟ (Deemed Forest) ଏହା ମଧ୍ୟ ଆଦିବାସୀଙ୍କୁ ଗୁରୁତର ପ୍ରଭାବିତ କରିଛି । ଜନଜାତି ବ୍ୟାପାର ମନ୍ତ୍ରଣାଳୟ (MOTA) ଅନୁଯାୟୀ କୌଣସି ପୂର୍ବ-ଅନୁମୋଦନର ଆବଶ୍ୟକତା ନାହିଁ ବା ଜଙ୍ଗଲ ବିଷୟ ବିଭାଗୀୟ ପରିସର ବାହାର କରାଯାଇଛି। ଏହା ସୁପ୍ରିମକୋର୍ଟଙ୍କ ‘ନିୟମଗିରି ରାୟ’ କୁ ଅବମାନନା କରୁଛି। ତେଣୁ ଏମଏମଡିଆର ଲାଗୁହେଲା ପରେ ଆଦିବାସୀ ଜମିରୁ କେବଳ ବଞ୍ଚିତ ହେବେ ନାହିଁ ବରଂ ହଜାର ହଜାର ବର୍ଷ ଧରି ଜଙ୍ଗଲକୁ ନିର୍ଭର କରି ଚଳୁଥିବା ଅଧିକାରରୁ ମଧ୍ୟ ତଡା ଖାଇବେ ବୋଲି ଶ୍ରୀ ରାଉତରାୟ କହିଛନ୍ତି l
