କରୋନା ଭାଇରସ ଦୁଷ୍ଟିରେ ବ୍ୟାଙ୍କ ଋଣକାରିଙ୍କ ଇଏମଆଇର ଚଡକ

ଭୁବନେଶ୍ୱର  ୨୨/୦୪: କଥାରେ ଅଛି ନଇଁ ପଡିବ ଯେତିକି ବେଳେ ବିଧା ଟେ  ମାରିବ ସେତିକି ବେଳେ । କାରଣ  ଜଣେ ବ୍ୟବସାୟୀ  ଏହି କଥା କହିଲେ କି ତାଙ୍କର କରୋନା ଭାଇରସ ଠାରୁ ଲୋନ ଭରିବା ଚିନ୍ତା। ଏ ମାର୍ଚ୍ଚ ମାସ ବ୍ୟବସାୟ ଠପ ତାପରେ କରୋନା ଭାଇରସ ପାଇଁ ବ୍ୟବସାୟ ମାନ୍ଦାବସ୍ଥା ସାରା ଓଡିଶାରେ ହୋଇଯାଇଛି। ଆଉ କିଛି ଦିନ ପରେ ବ୍ୟାଙ୍କର ଇ ଏମ ଆଇ ଚିନ୍ତା ।  କରୋନା ଭାଇରସକୁ ରୋକିବା ପାଇଁ ସରକାରଙ୍କ ବିଭିନ୍ନ କଟକଣା ପରେ ବର୍ତ୍ତମାନ କିଛି କ୍ଷୁଦ୍ର,ମଧ୍ୟମ ବ୍ୟବସାୟୀ ଓ ସାଧାରଣ ଲୋକମାନେ ଚିନ୍ତାରେ।  ଘରୋଇ ଫାଇନାନ୍ସ କମ୍ପାନୀ ହୁଅନ୍ତୁ କିମ୍ବା ସରକାରୀ ବ୍ୟାଙ୍କର  ଇଏମଆଇ  ଅତି ଶୀଘ୍ର ପୈଠ କରିଦିଅନ୍ତୁ ।

ଏପଟେ ବ୍ୟବସାୟ କି ଛୋଟିଆ ଚାକିରୀ କରି ପେଟ ପୋଷୁଥିବା ଲୋକ ଏବେ ବଡ଼ ଚିନ୍ତାରେ। ଯଦି ଆକାଉଣ୍ଟରେ ପଇସା ନଥିବ ତେବେ ଚେକ ବାଉନ୍ସ ହୋଇଯିବ ତାପରେ ଜାଣିଥିବେ ଯାହା ଅସୁବିଧା। ଏହା ଉପରେ ସରକାର ଯଦି କିଛି ସମୟ ପ୍ରଦାନ କରିବା ପାଇଁ ଚିନ୍ତା କରନ୍ତେ ନିହାତି ଏହି ବ୍ୟକ୍ତି ମାନେ ଉପକୃତ ହେବେ।

Spread the love