ରିଲ୍ସ କରିବା ହେଲା କାଳ, ବନ୍ୟା ପାଣିରେ ଭାସିଗଲେ ୩ ଯୁବକ
ବାଲେଶ୍ୱର: ରିଲ୍ସ କରିବା ହେଲା କାଳ । ବନ୍ୟା ପାଣିରେ ଭାସିଗଲେ ୩ ଯୁବକ । ବାଲେଶ୍ଵରରେ ବନ୍ୟା ସମୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ରିଲସ ପାଗଳାମି କିଭଳି ଯୁବକ ମାନଙ୍କୁ ମରଣ ମୁହଁକୁ ଠେଲି ଦେଉଛି, ସେଭଳି ଏକ ଚିତ୍ର ବାଲେଶ୍ଵର ବନ୍ୟା ସମୟରେ ଆସିଛି । ସଦର ବ୍ଲକର ଓଲନ୍ଦାସାରଙ୍ଗା ତେନ୍ତୁଳିମୁଣ୍ଡିରେ ରିଲ୍ସ ନିସାରେ ୩ ଯୁବକ ବନ୍ୟା ପାଣିରେ ଭାସିଯାଇଥିଲେ। ରାସ୍ତା ଉପରେ ଛାତିଏ ଉଚ୍ଚ ର ବନ୍ୟାପାଣି ପ୍ରବାହିତ ହେଉଥିଲା । ଏହି ସମୟରେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ୩ ଯୁବକ । ସବୁଠାରୁ ବଡ଼ କଥା ବନ୍ୟାରେ ପାଣିକୁ ଦେଖିଲେ ଡର ଲାଗୁଥାଏ । ହେଲେ ଏହାକୁ ଖାତିର ନକରି ଯୁବକମାନେ ରିଲ୍ସ କରୁଥିଲେ । ଫଳରେ ବନ୍ୟା ପ୍ରଖୋରସ୍ରୋତ ସେମାନଙ୍କୁ ଭସାଇନେଇଥିଲା । ୩ ଯୁବକ ଭାସିଯାଇ ଏକ ଗଛରେ ଅଟକି ରହିଥିଲେ । ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଉଦ୍ୟମ ଫଳରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
