ଆଜି ରବିବାରରେ ବି ଖୋଲା ରହିବ ବ୍ୟାଙ୍କ, ଗ୍ରାହକ ପାଇପାରିବେ ସମସ୍ତ ସେବା

ନୂଆଦିଲ୍ଲୀ : ଆଜି ରବିବାରରେ ବି ଖୋଲା ରହିବ ବ୍ୟାଙ୍କ । ଗ୍ରାହକଙ୍କୁ ମିଳିବ ବ୍ୟାଙ୍କିଙ୍ଗ ସେବା । ୩ ଦିନିଆ ଧର୍ମଘଟ ପୂର୍ବରୁ ଗ୍ରାହକଙ୍କ ସେବା ପାଇଁ ଅତିରିକ୍ତ କାର୍ଯ୍ୟଦିବସ ଘୋଷଣା କରିଛି ଅର୍ଥ ମନ୍ତ୍ରଣାଳୟ । କାଲିଠାରୁ ବୁଧବାର ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟୁନିୟନ ।

ଗତକାଲି ମାସର ଚତୁର୍ଥ ଶନିବାର ଏବଂ ଆଜି ରବିବାର ଥିବାରୁ ପୂରା ପାଞ୍ଚ ଦିନ ବ୍ୟାଙ୍କ ସେବା ବ୍ୟାଘାତ ହୋଇଥାନ୍ତା । ଏହି ବ୍ୟାଘାତ ରୋକିବା ପାଇଁ ରବିବାର ସରକାରୀ ବ୍ୟାଙ୍କ୍ ଖୋଲିବା ଭଳି ବଡ଼ ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କ ଖୋଲିବାକୁ ରିଜର୍ଭ ବ୍ୟାଙ୍କ ଦେଇଛି ଅନୁମତି । ଆଜି ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ATM ସହ ସଂଯୁକ୍ତ ଶାଖା ଏବଂ କରେନ୍ସି ଚେଷ୍ଟଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିବ ।

୨୮ରୁ ୩୦ ପର୍ଯ୍ୟନ୍ତ ଲଗାତାର ତିନିଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟର ଡାକରା ଦେଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ (UFBU) । ସପ୍ତାହରେ ୫ ଦିନ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା ସମେତ ବିଭିନ୍ନ ଦାବିକୁ ନେଇ ଏହି ଧର୍ମଘଟ ଡାକରା ଦିଆଯାଇଛି । ସମାଧାନ ନହେଲେ ଅକ୍ଟୋବର ୨୬ରୁ ଅନିର୍ଦ୍ଦିଷ୍ଟକାଳ ଧର୍ମଘଟକୁ ଯିବା ପାଇଁ ମଧ୍ୟ ସଂଘଗୁଡ଼ିକ ଚେତାବନୀ ଦେଇଛନ୍ତି । ଧର୍ମଘଟର ସବୁଠାରୁ ଅଧିକ ପ୍ରଭାବ ସରକାରୀ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ଶାଖାଗୁଡ଼ିକରେ ପଡ଼ିବାର ସମ୍ଭାବନା ରହିଛି ।

Spread the love

Leave a Reply

Your email address will not be published. Required fields are marked *