ଶ୍ରୀମନ୍ଦିରରେ ହେବ ନୂଆ ସୁନାବେଶ ସେଟ, ନିଜସ୍ୱ ଅର୍ଥରେ ନିର୍ମାଣ କରିବ ପ୍ରଶାସନ

ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ନୀତି ନିର୍ଦ୍ଧାରଣ ସହ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି । ମହାପ୍ରଭୁଙ୍କ ପାଇଁ ଆଉ ଏକ ନୂଆ ସୁନାବେଶ ଅଳଙ୍କାର ସେଟ୍ ନିର୍ମାଣକୁ ଅନୁମୋଦନ ମିଳିଛି । ନୂଆ ସୁନାବେଶ ସେଟ୍ ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଅର୍ଥରେ ପ୍ରସ୍ତୁତ କରିବ । ତେବେ ଇଚ୍ଛୁକ ଭକ୍ତ ଓ ଶ୍ରଦ୍ଧାଳୁ ସ୍ୱଇଚ୍ଛାରେ ଦାନ ଦେଇପାରିବେ । ରତ୍ନଭଣ୍ଡାର ଗଣତି ସମୟରେ ପ୍ରସ୍ତୁତ ହୋଇଥିବା ଭିଡିଓ, ଫଟୋ ଓ ଡିଜିଟାଲ ଡକ୍ୟୁମେଣ୍ଟେସନକୁ ଆଧାର କରି ନୂଆ ଅଳଙ୍କାର ପ୍ରସ୍ତୁତ କରାଯିବ । ଏଥିରେ ସୁରକ୍ଷା ବ୍ୟବସ୍ଥା ସହ ବୈଷୟିକ ଆକଳନ, ପାରମ୍ପରିକ ଆକୃତି, ଓଜନ ଓ ଧାର୍ମିକ ପ୍ରାମାଣିକତାକୁ ଗୁରୁତ୍ୱ ଦିଆଯିବ । ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣ ଏହାର ଅନୁଧ୍ୟାନ କରିବେ। ଏଥିପାଇଁ ଏକ ଟେକ୍ନିକାଲ କମିଟି ଗଠନ କରାଯିବ। ଅନୁଭବୀ ସଂସ୍ଥାକୁ ଅଳଙ୍କାର ନିର୍ମାଣ ଦାୟିତ୍ୱ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *