ବିପଦରେ ଭାରତର ୯୬ ବିମାନ, ଅବତରଣ ବେଳେ ବନ୍ଦ ହୋଇପାରେ ଅଟୋପାଇଲଟ୍ ସିଷ୍ଟମ

ନୂଆଦିଲ୍ଲୀ : ବିପଦରେ ଭାରତର ୯୬ ବିମାନ । ଅବତରଣ ବେଳେ ବନ୍ଦ ହୋଇପାରେ ଅଟୋପାଇଲଟ୍ ସିଷ୍ଟମ । Boeing 737 MAX ବିମାନର ଅଟୋପାଇଲଟ୍ ସିଷ୍ଟମରେ ସଫ୍ଟୱେର୍ ସମସ୍ୟା ଚିହ୍ନଟ । ଏହି ଗ୍ଲିଚର ପ୍ରଭାବ ଭାରତରେ ଚଳାଚଳ କରୁଥିବା ପ୍ରାୟ ୯୬ଟି 737 MAX ବିମାନ ଉପରେ ପଡ଼ିପାରେ। ଭାରତରେ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ପାଖରେ ପ୍ରାୟ ୫୩ଟି ଏବଂ ଅକାଶା ଏୟାର ପାଖରେ ୪୩ଟି Boeing 737 MAX ବିମାନ ରହିଛି ।

ଅର୍ଥାତ୍ ଦୁଇଟି ଏୟାରଲାଇନ୍ସର ପ୍ରାୟ ୯୬ଟି ବିମାନ ଏହି ସମସ୍ୟାର ସମ୍ଭାବ୍ୟ ପ୍ରଭାବ ମଧ୍ୟରେ ରହିଛି । ରିପୋର୍ଟରୁ ଜଣାପଡିଛି,ଲ୍ୟାଣ୍ଡିଂ ସମୟର ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଦେଖାଦେଇପାରେ ଏହି ସମସ୍ୟା । ବିଶେଷକରି ଯଦି ବିମାନର ଲ୍ୟାଣ୍ଡିଂ ବାତିଲ ହୋଇ ପୁଣିଥରେ ଅନ୍ୟ ରୁଟରେ ଯିବାକୁ ପଡ଼େ, ସେତେବେଳେ କକପିଟ୍ ସଫ୍ଟୱେର୍ ସମ୍ବନ୍ଧୀୟ ଗ୍ଲିଚ୍ ଯୋଗୁଁ ଅଟୋମେସନ୍ କମିଯାଇପାରେ ।

ତେବେ ଏହି ଗ୍ଲିଚ ଦ୍ବାରା ବିମାନ ଉଡ଼ାଇବା ଅସମ୍ଭବ ହୋଇଯିବ ନାହିଁ । ପାଇଲଟ୍ ମାନେ ମାନୁଆଲ୍ ଭାବେ ବିମାନ ନିୟନ୍ତ୍ରଣ କରିପାରିବେ । ଏହି ପରିସ୍ଥିତି ପାଇଁ ପୂର୍ବରୁ ସୁରକ୍ଷିତ ପ୍ରକ୍ରିୟା ରହିଥିବା କହିଛି ବୋଇଂ। ବୋଇଂ ପକ୍ଷରୁ କୁହାଯାଇଛି, ଗତ ମାସରେ ସମସ୍ତ ୭୩୭ ଅପରେଟରଙ୍କୁ ଏହି ସଫ୍ଟୱେର୍ ସମସ୍ୟା ବିଷୟରେ ଜଣାଇ ଦିଆଯାଇଛି । ଏହାର ସ୍ଥାୟୀ ସମାଧାନ ପାଇଁ ଏକ ସଫ୍ଟୱେର୍ ଅପଡେଟ୍ ଉପରେ କାମ ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *