ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ଖଣି ବିଭାଗର ରେଡ୍, ୪ଟି ବାଲି ଟ୍ରାକ୍ଟର ଜବତ
ବାଲେଶ୍ୱର : ବେଆଇନ ବାଲି ଚାଲାଣରେ ରୋକ ଲଗାଇବା ପାଇଁ ଆକ୍ସନ ମୋଡ଼ରେ ଖଣି ଅଧିକାରୀ । ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ଖଣି ବିଭାଗର ରେଡ଼ । ବାଲେଶ୍ୱର କମର୍ଦ୍ଦା ଥାନା ଦହମୁଣ୍ଡାରେ ସୁବର୍ଣ୍ଣରେଖା ନଦୀପଠାରୁ ଦିର୍ଘଦିନ ଧରି ବାଲି ଉତ୍ତୋଳନ କରି ବହି ନେଉ ଯାଉଥିଲେ ମାଫିଆ । ଖଣି ବିଭାଗର ଦୁଇ ଅଧିକାରୀଙ୍କ ନେତୃତ୍ବରେ ଦୁଇଜଣ ଅଧିକାରୀ ଦହମୁଣ୍ଡା ନିକଟରୁ ୪ଟି ବାଲି ଟ୍ରାକ୍ଟର ଜବତ କରି କମର୍ଦ୍ଦା ଥାନାରେ ଜିମା ଦେଇଛନ୍ତି ।
ସୁବର୍ଣ୍ଣରେଖା ନଦୀ ପଠା ଦହମୁଣ୍ଡା ଠାରୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ଦିନ ଦ୍ୱିପ୍ରହରରେ ବିଭିନ୍ନ ଜାଗାକୁ ଚୋରା ଚାଲାଣ ହେଉଥିଲା । ଏଭଳି ଅଚାନକ ରେଡ କୁ ନେଇ ବାଲି ମାଫିଆ ଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହେଇଛି ।
