କଲେଜରେ ଭୋଟ୍ ଉତ୍ସବ, ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ

ରାୟଗଡ଼ା/ଯାଜପୁର ଟାଉନ/ରାଜନଗର/ବାଲେଶ୍ବର: ରାୟଗଡା, ଯାଜପୁର ଟାଉନ, ରାଜନଗର ଏବଂ ବାଲେଶ୍ବରରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଛାତ୍ର ସଂସଦ ନିର୍ବାଚନ । ନିଜ ନିଜର ପସନ୍ଦର ପ୍ରାର୍ଥୀଙ୍କୁ ବାଛିବା ପାଇଁ ଭୋଟ ଦେଉଛନ୍ତି ଛାତ୍ରଛାତ୍ରୀ । ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ରାୟଗଡା ସ୍ବୟଂଶାସିତ ମହାବିଦ୍ୟାଳୟର ୧୮ଟି ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ଲଢୁଥିବା ବେଳେ ସଭାପତି ଓ ସଂପାଦକ ପଦବୀ ପାଇଁ ୪ଜଣ ଲେଖାଏଁ ପ୍ରାର୍ଥୀ ମଇଦାନକୁ ଓଲ୍ଲାଇଛନ୍ତି ।

ସେହିପରି ମହିଳା ମହାବିଦ୍ୟାଳୟ ରେ ୮ଟି ପଦବୀ ପାଇଁ ନିର୍ବାଚନ ହେଉଥିବା ବେଳେ ସଭାପତି ପଦବୀ ପାଇଁ ୪ଜଣ ନିର୍ବାଚନ କୁ ଓଲ୍ଲାଇଛନ୍ତି । ଅନ୍ଯପଟେ ମଡେଲ ଡିଗ୍ରୀ କଲେଜ ରେ ୩ଟି ପଦବୀ ପାଇଁ ଭୋଟ ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ଯାଜପୁର ଜିଲ୍ଲାରେ ୮ଟି ମହାବିଦ୍ୟାଳୟରେ ଚାଲିଛି ନିର୍ବାଚନ । କଲେଜ କ୍ୟାମ୍ପସ ଭିତରେ ଏବଂ ବାହାରେ ପୋଲିସ ମୁତୟନ ହୋଇଛନ୍ତି । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଜଗନ୍ନାଥ ମହାବିଦ୍ୟାଳୟ ରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ଭୋଟ ।

Spread the love

Leave a Reply

Your email address will not be published. Required fields are marked *