ନେତା ହେବ ତ ଏମିତି: କରୋନା ପାଇଁ ଏକ ବର୍ଷର ବିଧାୟକ ପାଣ୍ଠି ଦାନ କଲେ ବବି

ଭୁବନେଶ୍ୱର, ୨୫/୦୩: କରୋନା ଭାଇରସ ଦିନକୁ ଦିନ ନିଜ ଅଦୃଶ୍ୟ କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଆମ ରାଜ୍ୟ ସବୁଠୁ ଘଡିଶନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ମୁଖ୍ୟମନ୍ତ୍ରୀ କରୋନା ଭାଇରସ ର ପ୍ରଭାବ କମ କରିବାକୁ ବିଭିନ୍ନ ପଦକ୍ଷପ ନେଉଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ଦାନ କରିବା ସହ ସମସ୍ତ ବିଧାୟକ ଓ ସାଂସଦ ମାନକୁ ମଧ୍ୟ ତିନି ମାସର ଦରମା ଦାନ କରିବାକୁ କହିଥିଲେ ।

ଏହାର କିଛି ସମୟ ପରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି) ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଥିଲେ । ସେହିପରି କରୋନାର ଭୟବହତାକୁ ଅନୁଭବ କରି ୨୦୨୦-୨୧ ଆର୍ଥିକ ବର୍ଷର ଆଞ୍ଚଳିକ ବିଧାୟକ ପାଣ୍ଠିକୁ କରୋନା ପାଇଁ ବିନିଯୋଗ କରିବାକୁ ଜିଲ୍ଲାପାଳଙ୍କୁ ସମସ୍ତ କ୍ଷମତା ଅର୍ପଣ କରିଥିଲେ ।

ସୂଚନା ଅନୁଯାୟୀ, ଆଜି ଯାଜପୁର ବିଧାୟକ ବବି ଏକ ଚିଠି ଯୋଗେ ଜିଲ୍ଲାପାଳଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷର ଆଞ୍ଚଳିକ ବିଧାୟକ ପାଣ୍ଠିକୁ କରୋନା ପାଇଁ ବିନିଯୋଗ କରିବାକୁ କହିଛନ୍ତି । ବବି ଆହୁରି ମଧ୍ୟ କହିଛନ୍ତି ସମଗ୍ର ରାଜ୍ୟ ପରି ଯାଜପୁର ଜିଲ୍ଲା ମଧ୍ୟ କରୋନା ଭୁତାଣୁ ଠାରୁ ମୁକୁଳିବାକୁ ନିଜ ସଂଗ୍ରାମ ଜାରି ରଖିଛି । ତେଣୁ ଜିଲ୍ଲାରେ କୋରୋନା ଭାଇରସ ସତର୍କତା ଏବଂ ପ୍ରତିରୋଧ ପାଇଁ ଖର୍ଚ୍ଚ କରିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।

Spread the love