୭୦ ଶ୍ରମିକଙ୍କୁ ସହାୟତାର ହାତ ବଢାଇଲା ଓଡିଶା-ମୋ ପରିବାର

ମାର୍ଚ୍ଚ ମାସ ୨୩ତାରିଖରେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା  ଅନ୍ତର୍ଗତ ପେଡାତଡେପଲ୍ଲୀ ସ୍ଥାନରେ ୭୦ ଜଣ ଓଡିଆ ଶ୍ରମିକ(ଭଦ୍ରକର ୧୫ଜଣ ଓ  ଗଂଜାମର ୫୫ଜଣ) ଫସି ରହିଥିବା ଶେଷଦେବ ମିଶ୍ର ହେଲ୍ପ ଲାଇନ ନମ୍ବର  ମାଧ୍ୟମରେ ଓଡିଶା-ମୋ ପରିବାରକୁ ସୂଚନା ଦେଇଥିଲେ । ସେ ଶ୍ରୀନିବାସ ସ୍ପିନଟେକ୍ସ ନାମକ ଏକ ସୂତାକଳରେ ସମସ୍ତ ଶ୍ରମିକ କର୍ଯ୍ୟରତ ଥିଲେ । କୋଭିଡ୍‌-୧୯ର ଏହି ଜଟିଳମୟ ପରିସ୍ଥିତିରେ ସୂତାକଳର ମାଲିକ ପ୍ରାୟ ୬୦୦ଜଣ  ଶ୍ରମିକଙ୍କୁ ସେମାନଙ୍କର ଦୁଇମାସରୁ ଉର୍ଦ୍ଧ୍ୱ ଦରମା ନଦେଇ ବାସସ୍ଥାନ ଛାଡି ନିଜ ନିଜ ଗୃହକୁ  ପ୍ରତ୍ୟାବର୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଭଳି ପରିସ୍ଥିତିରେ ଶ୍ରମିକମାନେ  ସମ୍ପୂର୍ଣ୍ଣ ରୂପେ ଅସହାୟ ହୋଇ ପଡିଥିଲେ ।  ପ୍ରଥମେ ଏହି ଘଟଣା ସମ୍ପର୍କରେ ଓଡିଶା-ମୋ ପରିବାରର ଆବାହକ  ଅରୁପ  ପଟ୍ଟନାୟକଙ୍କୁ ଜଣାଇବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା ।

ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓ.ଏସ୍‌.ଡି ଡ. ଗୋପବନ୍ଧୁ ଦାସ ଓଡିଶା ଲେବର କମିଶନରଙ୍କୁ ଘଟଣା ସମ୍ପର୍କରେ ଜଣାଇ ଏଥିରେ ହସ୍ତକ୍ଷେପ କରିବା ଲାଗି ତାଙ୍କୁ ଅନୁରୋଧ  କରିଥିଲେ ।  ୨୪.୦୩.୨୦୨୦ ଦିନ ଆନ୍ଧ୍ରପ୍ରଦେଶର ଲେବର କମିଶନରଙ୍କୁ ଯୋଗାଯୋଗ କରି  ଘଟଣା ସମ୍ପର୍କରେ ଜଣାଇବା ପରେ ସେ ସୂତା କଳର ମାଲିକକୁ ସାମ୍ପ୍ରତିକ ଲକ୍ ଡାଉନ୍ର  ପରିସ୍ଥିତିକୁ ନଜରରେ ରଖି ୬୦୦ ଶ୍ରମିକଙ୍କୁ ବାସସ୍ଥାନ ସହ ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଲେବର କମିଶନରଙ୍କ ନିର୍ଦ୍ଦେଶ ମିଳିବା ପରେ ସୂତାକଳର ମାଲିକ ୬୦୦ ଶ୍ରମିକଙ୍କୁ  ସୂତାକଳ ପରିସରରେ ରହିବାପାଇଁ ଅନୁମତି ଦେବା ସହ ତା.୩୧.୦୩.୨୦୨୦  ପର୍ଯ୍ୟନ୍ତ ସେମାନଙ୍କ ଲାଗି ଖାଦ୍ୟର ବ୍ୟବସ୍ଥା ମଧ୍ୟ କରିଥିଲେ ।

ତେବେ କୋଭିଡ୍‌-୧୯ର ଜଟିଳମୟ ପରିସ୍ଥିତିରେ ଏହି ମହତ୍ କାର୍ଯ୍ୟ ତଥା ସହାୟତା  ଲାଗି ୭୦ ଜଣ ଓଡିଆ ଶ୍ରମିକ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶର
ଲେବର କମିଶନର ଏବଂ ଓଡିଶା-ମୋ ପରିବାରର ସଦସ୍ୟଙ୍କୁ କୃତଜ୍ଞତା ଜଣାଇଥିଲେ ।

Spread the love