ଏଲପିଜିର ଅଭାବ ରହିବ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ଲକଡାଉନ  ବେଳେ ଦେଶରେ ଏଲପିଜିର ଅଭାବ ରହିବ ରହିବ ନାହିଁ ।  ଏନେଇ ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ବିଶ୍ୱରେ କୋରୋନା କାୟା ବିସ୍ତାର କରିଥିବା ବେଳେ ଭାରତରେ ମଧ୍ୟ ଏହାର ପ୍ରଭାବ ଜାରି ରହିଛି ।  ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ଏଲପିଜି ପହଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀ ସବୁ ପ୍ରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସାଉଦି ଆରବର ରାଜା ତଥା ଶକ୍ତି ମନ୍ତ୍ରୀ ଅବଦୁଲ ଅଜିଜ୍‌ ଏବଂ ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିନ ନାସିରଙ୍କ ସହ ଭିଡିଓ କନଫରେନ୍ସିଂରେ ଏନେଇ ଆଲୋଚନା କରିଛନ୍ତି । ଏହି ସମୟରେ ବିଶ୍ୱ ତୈଳ ବଜାରର ଉନ୍ନତିକରଣ ଏବଂ ନିରବଚ୍ଛିନ ଏଲପିଜି ଯୋଗାଣ ସଂପର୍କରେ ଆଲୋଚନା ହୋଇଥିବା ନେଇ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ।

ଏହାସହ ସାଉଦି ଆରବ ପ୍ରିନ୍ସ ଅବଦୁଲ ଅଜିଜ୍‌ ଆଗାମୀ ଦିନରେ ଏଲପିଜି ଚାହିଦା ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ମଧ୍ୟ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Spread the love