ଆଜି ବଡ଼ ଓଷାରେ ବାବା ଧବଳେଶ୍ୱରଙ୍କ ଠାରେ ଲାଗି ହେଲା ଗଜଭୋଗ ଓ ତରଣ

କଟକ: ଆଜି ବଡ଼ ଓଷା । ସବୁ ପ୍ରତୀକ୍ଷାର ଶେଷ । ବର୍ଷକ ପରେ କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ଠାରେ ଲାଗି ହେଲାଗଜଭୋଗ ଓ ତରଣ । ମହା କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଏବଂ ଚତୁର୍ଦଶୀ ସନ୍ଧିକ୍ଷଣରେ ପାଳିଆ ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ଗଜ ଭୋଗ ଏବଂ ତରଣ ବାବାଙ୍କ ପାଖରେ ଲାଗି ହେବା ପରେ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯାଇଛି ।

ଗତ ଏକ ମାସ ଧରି ଗଜଭୋଗ ପାଇଁ ସେବାୟତ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଜାତିଆ ଧାନର ଚାଉଳ ସଂଗ୍ରହ ଠାରୁ ଆରମ୍ଭ କରି ଗଜ ମଣ୍ଡାର ପୁର ପାଇଁ ଆବଶ୍ୟକ ମୁଗ, ଗୁଡ଼, ନଡ଼ିଆ,କପୁର ଆଦି ସୁଦ୍ଧପୂତ ଭାବରେ ରଖାଯାଇଥାଏ, ଚୁନା କୁଟିବା ଠାରୁ ଆରମ୍ଭ କରି ଗଜଭୋଗ ଓ ତରଣ ପ୍ରସ୍ତୁତ ହୋଇ ଲାଗି ହେବା ପର୍ଯ୍ୟନ୍ତ ଧବଳେଶ୍ଵରଙ୍କ ସେବାୟତଙ୍କ ପରିବାର ନିଷ୍ଠାର ସହିତ ଏହାକୁ ପାଳନ କରିଥାନ୍ତି ।

ତେବେ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ବାର ମାସରେ ତେର ପର୍ବ । ପ୍ରତ୍ୟେକ ପର୍ବ ପଛରେ ରହିଛି କିଛି ନା କିଛି ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ । ସେହିପରି ଓଡ଼ିଶାର ଏକ ପ୍ରମୁଖ ଶୈବ ପର୍ବ ହେଉଛି ଏହି ବଡ଼ଓଷା । ବିଶେଷକରି କଟକର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଏହି ପର୍ବକୁ ମହାଆଡ଼ମ୍ବରରେ ପାଳନ କରାଯାଏ । ଏହି ଦିନ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଛୁଟି ଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

Spread the love

Leave a Reply

Your email address will not be published. Required fields are marked *