ଭୋକିଲା ମୁଁହରେ ହସ ଫୁଟାଇଲା ଅଭିକ୍ଷା ଟ୍ରଷ୍ଟ୍ର

ଭୁବନେଶ୍ୱର, ୨୯/୦୩: ମହାମାରୀ କୋରାନ ଭାଇରସକୁ ଦେଖି ସାରା ଓଡିଶାରେ ଲକଡ଼।ଉନ ପ୍ରଭାବରେ ରାଜଧାନୀରେ ଫସି ରହିଥିବା କିଛି ଲୋକଙ୍କୁ   ଅଭିକ୍ଷା ଟ୍ରଷ୍ଟ୍ରର ସ୍ୱଚ୍ଛାସେଵୀ ମାନେ  ଖାଦ୍ୟ  ବାଣ୍ଟି ଥିଲେ।  ଯୁବ ସମାଜ ସେବୀ ‌ନଳିନୀକାନ୍ତ ମହାନ୍ତି ଏବଂ ଅଭିକ୍ଷା ଟ୍ରଷ୍ଟ୍ରର ଏମ୍.ଡି ମାନସୀ ଶତପଥୀଙ୍କ ମିଳିତ ସହଯୋଗରେ ରାଜଧାନୀର ଅନେକ ସ୍ଥାନରେ ଖାଦ୍ୟ ବଣ୍ଟା ଯାଇଥିଲା।

 ରସୁଲଗଡ଼ ଓଭରବ୍ରିଜ୍ ତଳେ ଜୀବନଯାପନ କରୁଥିବା ୩ଦିନ ଥିବା ଭୋକିଲା ଦିନ ମଜୁରିଆ ଗୁଜୁରାଟ ବାସିନ୍ଦାଙ୍କୁ ଖାଦ୍ୟ ଓ ପାନୀୟ ଜଳ, ଚାଉଳ, ଡାଲି, ଆଳୁ, ସାନିଟାଇଜର୍, ମାକ୍ସ ଦିଆଯାଇଥିଲା।  ଏହିପରି ରାଜଧାନୀରେ ବସ୍ତିରେ ରହୁଥିବା କିଛି ସ୍ଥାନରେ ମୁଣ୍ଡାବସ୍ତି (ହାଇଟେକ୍ ଛକ),ସବର ସାହି(ରସୁଲଗଡ଼) ରସୁଲଗଡ଼ ଫ୍ଲାଏ ଓଭରବ୍ରିଜ୍ ତଳେ ଚକେଇସିହାଣି ବସ୍ତି ବାଲିଆପଠା ବସ୍ତି(ଜି.ଜି.ପି କଲୋନୀ)କିମ୍ଭୀରିଆ ବସ୍ତି(ପାଣ୍ଡରା) ଅଭିକ୍ଷା ଟ୍ରଷ୍ଟ୍ରର ସ୍ୱଚ୍ଛାସେଵୀ ଖାଦ୍ୟ ବଣ୍ଟନ କରି ଭୋକିଲା ମୁହଁରେ ଆନନ୍ଦ ଆଣିଦେଇଛି ।

Spread the love