ଗୁଜୁରାଟରେ ଥିବା ଓଡ଼ିଆଙ୍କ ଉପଯୁକ୍ତ ଯତ୍ନନେବା ପାଇଁ ଆଶ୍ୱସ୍ତ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୩୧/୦୩: କରୋନା ମହାମାରୀ ସମୟରେ ଗୁଜୁରାଟରେ ଅନେକ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ଏହି ପରିପେକ୍ଷିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପ।ନୀ ଙ୍କ ସହ କଥା ହୋଇଛନ୍ତି। ଏନେଇ ଶ୍ରୀ ପ୍ରଧାନ ଟୁଇଟ କରି କହିଛନ୍ତି ଯେ, ଗୁଜୁରାଟ ର ସୁରତ ସହରରେ ଫସି ରହିଥିବା ଓଡ଼ିଆଙ୍କ ବିଷୟରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଙ୍କ ସହ କଥା ହେଲି।
ଗୁଜୁରାଟରେ ଥିବା ଓଡ଼ିଆ ଶ୍ରମିକ ମାମଲାରେ ଗୁଜୁରାଟ ସରକାରଙ୍କ ସହ ଓଡ଼ିଶା ସରକାର ଯୋଗସୂତ୍ର ରକ୍ଷା କରିଥିବା ସୂଚନା ଦେବା ସହ ଓଡ଼ିଆ ମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ମୋତେ ଆଶ୍ୱସ୍ତ କଲେ ।
— Dharmendra Pradhan (@dpradhanbjp) March 31, 2020
ଶ୍ରୀ ରୂପାନୀ ଏହି ପ୍ରବାସୀ ଶ୍ରମିକ ମାନଙ୍କର ରହିବା ଖାଇବା , ସାମାଜକି ଦୂରତା, ସହ ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ନେଇ ପ୍ରସ।ଶନ କୁ ନିର୍ଦେଶ ଦେଇଥିବା ଟୁଇଟ କରିଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ କରିଥିବା ଶ୍ରୀ ପ୍ରଧାନ ।