ନବୀନଙ୍କୁ ‘ହିରୋ ଟୁ ଆନିମଲ୍ସ’ ପୁରସ୍କାର

ପେଟା (PETA) ଇଣ୍ଡିଆ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନିତ କରିବ। ଲକ୍‌ଡାଉନ୍‌ ସମୟରେ ଖାଇବାକୁ ନପାଇ କଷ୍ଟରେ ରାସ୍ତାରେ ବୁଲୁଥିବା ବୁଲା କୁକୁର, ଗାଇ ଏବଂ ଅନ୍ୟ ପଶୁଙ୍କ ଖାଇବା ବ୍ୟବସ୍ଥା କରିଥିବାରୁ ଓଡ଼ିଶା ସରକାରର ମୁଖ୍ୟ ବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ଏହି ପୁରସ୍କାର ପାଇବେ। ଏହି ପୁରସ୍କାରର ନାମ ‘ହିରୋ ଟୁ ଆନିମଲ୍ସ’ ରହିଛି। ଏଥିରେ କୁହାଯାଇଛି ପଶୁଙ୍କ ପ୍ରତି ତାଙ୍କ ଭଲପାଇବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫ଟି ମ୍ୟୁନିସିପାଲ କର୍ପୋରେସନ୍‌ ଏବଂ ୪୮ଟି ମ୍ୟୁନିସିପାଲିଟିରେ ପଶୁଙ୍କ ଖାଇବା ପାଇଁ ବ୍ୟବସ୍ଥା କରିଥିଲେ। ଏହି ବାବଦକୁ ସେ ରିଲିଫ୍‌ ଫଣ୍ଡରୁ ୫୪ ଲକ୍ଷ ଟଙ୍କା ବ୍ୟବସ୍ଥା କରିଥିଲେ।

ଏହା ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, “ଲକ୍‌ଡାଉନ୍‌ ସମୟରେ ପଶୁମାନେ ଭାରି ଅସୁବିଧାରେ ପଡ଼ୁଛନ୍ତି। ମୁଁ ଲୋକଙ୍କୁ ନିବେଦନ କରୁଛି ସେମାନେ ପଶୁଙ୍କ ଯତ୍ନ ନିଅନ୍ତୁ।”

Spread the love